ବିପଦରେ ଗଜରାଜ: ଜାମପଦର ପରେ ବାଗପୁରରେ ଟଳିପଡିଲା ଆଉ ଏକ ଦନ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ଆରମ୍ଭ ହୋଇଯାଇଛି ହାତୀ ମୃତ୍ୟୁ । ଗତ ଫେବୃଆରୀ ୯ରେ ନର୍ଲାର ଜାମପଡା ନିକଟରେ ଏକ ମାଇ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲା । ଏହାର ମାତ୍ର ତିନିଦିନ ପରେ ଗତକାଲି ରାତିରେ ନର୍ଲାର ବାଗପୁର ଗ୍ରାମ ପଞ୍ଚାୟତର ବାଗପୁର- ଜାମପଦର ପିଡବ୍ଲୁଡି ରାସ୍ତାର ଠିକ ୧୦୦ ମିଟର ଦୂରରେ ଏକ ବଡ ଆକାରର ଦନ୍ତା ହାତୀ ମରି ପଡିଥିବା ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ଖବର କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ନର୍ଲା ରେଞ୍ଜର ଓ ନର୍ଲା ବନପାଲ ଭବାନୀ ନାଏକ ବହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଜାମପଡାରେ ବିଦ୍ୟୁତ ତାର ତଳକୁ ଝୁଲି ରହିଥିବାରୁ ହାତୀ ଶୁଣ୍ଢ ଲାଗି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲା । ହେଲେ ବାଗପୁର- ଜାମପଦର ରାସ୍ତା କଡରେ ମିଳିଥିବା ହାତୀ ଦେହର ଅନେକ ସ୍ଥାନରେ କ୍ଷତ ବିକ୍ଷତ ହୋଇଥିବାରୁ ହାତୀ ପଲ ପରସ୍ପର ମଧ୍ୟରେ ଝଗଡା ଯୋଗୁଁ ଏହା ସଂଘଟିତ ହୋଇଥାଇ ପାରେ । ହେଲେ ପୋଷ୍ଟମର୍ଟମ ପରେ ହାତୀ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ନର୍ଲା ଫରେଷ୍ଟର ଭାବନୀ ନାଏକ ମତବ୍ୟକ୍ତ କରିଛନ୍ତି । ଦୀର୍ଘ ୪ ବର୍ଷ ଧରି ନର୍ଲା ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ୨୫ ଗୋଟି ହାତୀ ଯୁକ୍ତ ଏକ ହାତୀ ପଲ ବୁଲା ବୁଲି କରି ଚାଷବାସ ନଷ୍ଟ କରିଆସୁଛନ୍ତି । ଏ ନେଇ ବନ ବିଭାଗ ବିଭିନ୍ନ ସମୟରେ ଜନବସତିରୁ ହାତୀ ପଲକୁ ଘଉଡାଇ ଆସୁଥିବାର ଏବଂ ବନ କର୍ମଚାରୀ, ନର୍ଲା ଫରେଷ୍ଟର ଶ୍ରୀ ନାଏକ ମଧ୍ୟ ହାତୀ ଆକ୍ରମଣରୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ନଜୀର ରହିଛି । ନର୍ଲା ଅଞ୍ଚଳରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ ନର୍ଲାର ବୁଦ୍ଧିଜୀବି ମାନେ ଚିନ୍ତା ପ୍ରକଟ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.