ଜିସିଡି ହାଇସ୍କୁଲର ପ୍ରାକ୍ତନ ଛାତ୍ର ଶିଶିର ରଥ ଆଜି ବନ ବିଭାଗର ମୁଖ୍ୟ ପିସିସିଏଫ

ନିଜ ଗୁରୁମାନଙ୍କ ସମ୍ମାନର୍ଥେ ରାୟଗଡାରେ କଲେ ସମ୍ବର୍ଦ୍ଧିତ ସଭା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ (ଜିଲ୍ଲା) ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ୧୯୭୮ ମସିହା ମାଟ୍ରିକ ବ୍ୟାଚର ସବୁ ଠାରୁ ଅଧିକ ନମ୍ବର ପାଇଥିବା ସଫଳତମ ଛାତ୍ର ଶ୍ରୀଯୁକ୍ତ ଶିଶିର କୁମାର ରଥ (ଆଇ.ଏଫ.ଏସ) ବର୍ତମାନ ଓଡିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ (ପିସିସିଏଫ)ଙ୍କ ସମ୍ମାନାର୍ଥରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନଲାଲ ମାଝୀ ସଭାପତି ଆସନ ଅଳଙ୍କୃତ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶୀଭୂଷଣ ପଟ୍ଟନାୟକ ସ୍ୱାଗତ ସମ୍ଭାଷଣ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହେଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ରଥ ସେ ସମୟର ଶିକ୍ଷକ ଶ୍ରୀ ଏ. ଆପ୍ପା ରାଓ ପଟ୍ଟନାୟକ, ଶ୍ରୀ ଉଦୟ ଚନ୍ଦ୍ର ପଣ୍ଡା, ଶ୍ରୀ ରମେଶ କୁମାର ସାହୁ ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ମାନୀତ କରିଥିଲେ ଓ ବର୍ତମାନର କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶ୍ରୀଯୁକ୍ତ ରଥ ସେଦିନର ବିଦ୍ୟାଳୟର ଶିକ୍ଷାଦାନ ତଥା ନିଜ ଛାତ୍ର ଜୀବନର ସ୍ମୃତିଚାରଣ କରି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ନିଜ ଚରିତ୍ର ଗଠନ ପାଇଁ ଆହ୍ୱାନ ଦେଇ ଥିଲେ । ସାମାନ୍ୟ ଘାତ ପ୍ରତିଘାତରେ ଭାଙ୍ଗି ନ ପଡ଼ି କଠିନ ପରିଶ୍ରମ ଦ୍ୱାରା ନିଜ ଭବିଷ୍ୟତ ଗଢିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭାପତି ଶ୍ରୀ ଭଜନଲାଲ ମାଝୀ ଉତ୍ସାହ ଓ ଉଦ୍ଦିପନାର ସମୟ ଛାତ୍ର ଜୀବନ, ଏଣୁ ଏହି ଶକ୍ତି ନେଇ ଜୀବନର ଲକ୍ଷ୍ୟ ନେଇ ଛାତ୍ର ଜୀବନ ତଥା ଭବିଷ୍ୟତ ଜୀବନ ଗଢିବା ପାଇଁ ଉଦବୋଧନ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡିଶା ସରକାରଙ୍କ ବିଭିନ୍ନ ଶିକ୍ଷାମୂଳକ ଯୋଜନାଗୁଡିକୁ ପିଲାମାନଙ୍କ ଠାରେ ସଚେତନତା ସୃଷ୍ଟି କରିଥିଲେ । ମୁଖ୍ୟ ଅତିଥିଙ୍କୁ ଉପଢୈାକନ ଦେଇ ସମ୍ମାନିତ କରିବା ପରେ ଧନ୍ୟବାଦ ପ୍ରସ୍ତାବ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା । ଏହି ସଭାରେ ଜଙ୍ଗଲ ବିଭାଗ ଆରସିସିଏଫ, ଡିଏଫଓ, ଏସିଏଫ, ରେଞ୍ଜର, ଫରେଷ୍ଟର, ଫରେଷ୍ଟଗାର୍ଡମାନେ ଉପସ୍ଥିତ ରହିଥିଲେ । ଏହି ସଭାର ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀ ଅଶୋକ କୁମାର ଦାସ, ଶ୍ରୀ ଏମ. ମୁରଲୀ, ଶ୍ରୀମତୀ କାଞ୍ଚନା କୁମାରୀ ସାହୁ, କୁମାରୀ ଜ୍ୟୋସ୍ନାରାଣୀ ବେହେରା, ଶ୍ରୀ ସୁନୀଲ କୁମାର ମହାନ୍ତ ଓ ଅନ୍ୟ ସମସ୍ତ ଶିକ୍ଷୟତ୍ରୀ ସହଯୋଗ କରି ସଭା ପରିଚାଳନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.