ଭାରସାମ୍ୟ ହରାଇ ଖାଲକୁ ଓଲଟିଲା ଅଟୋ: ୮ ଗୁରୁତର

ଓଡ଼ିଆ ବାର୍ତ୍ତା/ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମର ୧୨ ଜଣ ଏକ ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କୋଟଗଡ଼ ବ୍ଳକ ଆରଲାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲକି ସୀତାଗୁଡ଼ା ଗ୍ରାମକୁ ଏକ ଶୁଦ୍ଧି କାର୍ଯ୍ୟକୁ ଯାଇ ଦାସିଙ୍ଗବାଡ଼ି ଗ୍ରାମକୁ ଫେରୁଥିଲେ । ଦାସିଙ୍ଗବାଡ଼ି ଗ୍ରାମ ନିକଟ ଟେକାବାଡ଼ି ଘାଟିରେ ଭାରସାମ୍ୟ ହରାଇ ଅଟୋ ଓଲଟି ଖାଲକୁ ପଡ଼ି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ସନ୍ୟାସୀ ନାୟକ (୪୭), ଶାନ୍ତ କୁମାର ସିଂ (୨୮), ନିରଞ୍ଜନ ନାୟକ (୨୯), ଯୁବି ନାୟକ (୩୫), ସତ୍ୟବାନ ସିଂ (୫୦), ସୁଧାରାଣି ନାୟକ(୩୬), ମିଥୁନ ସିଂ(୩୧) ଓ ତିନି ବର୍ଷର ଶିଶୁ ଯୁସମନ୍ତ(୩) ପ୍ରମୁଖଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.