କୁଡାସିଂହାରେ ପ୍ରବଚନ କାର୍ଯ୍ଯକ୍ରମ

ଓଡ଼ିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ଆଦିତ୍ଯ ବାହିନୀ କୁଡାସିଂହା ଶାଖା ଓ ଏକାଦଶୀ ବ୍ରତ ପାଳନ କରୁଥିବା ଭକ୍ତଙ୍କ ସହଯୋଗରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ପୁରୀ ଗୋବର୍ଦ୍ଧନ ମଠର କ୍ଷେତ୍ରୀୟ ସଂପାଦକ ବଲାଙ୍ଗୀର ଜିଲ୍ଲା ବିପିନ ବିହାରୀ ପଣ୍ଡା, ଅଶୋକ ମିଶ୍ର, ଜିଲ୍ଲା କମିଟିର ସଦସ୍ଯ ପ୍ରବଚକ ଭାବେ ଯୋଗଦେଇଥିଲେ । ଏକାଦଶୀର ମହତ୍ବ ସହିତ ଆଦିତ୍ଯବାହିନୀ, ଆନନ୍ଦବାହିନୀର କାର୍ଯ୍ଯକାରିତା ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ଯକ୍ରମରେ ରେବତ କୁମାର ଜାଲ, ସଭାପତି ଆଦିତ୍ଯବାହିନୀ କୁଡାସିଂହା ଶାଖା, ପ୍ରକାଶ ସାହୁ ସଂପାଦକ, ଗଙ୍ଗାଧର ସାହୁ, ଜଳଧର ସାହୁ, ରମେଶ ଚନ୍ଦ୍ର ସାହୁ, ପ୍ରଦୀପ ସାହୁ ସହ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.