ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଏବିଭିପିର ଦିବାରାତ୍ର ଭଲିବଲ ପ୍ରତିଯୋଗିତା

ତିତକେଲା ଚମ୍ପିୟାନ, ଭାଟେଲ ରନର୍ସଅଫ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କଳାହାଣ୍ଡି ତରଫରୁ ଏହି ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଅଛି । ଦେଶର ସ୍ୱାଧୀନତାର ଗାଥା ଓ ଦେଶ ପାଇଁ ବଳିଦାନ ଦେଇଥିବା ମହାନୁଭବ ମନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ବର୍ତ୍ତମାନର ଯୁବପିଢୀଙ୍କୁ ରାଷ୍ଟ୍ର ପୁନଃ ନିର୍ମାଣରେ ଭାଗ ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜାଗୃତ କରୁଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏହି ପରିପେକ୍ଷିରେ ନର୍ଲା ବ୍ଲକ ଅନ୍ତର୍ଗତ ବାଲସିଙ୍ଗା ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଓ ବାଲସିଙ୍ଗା ଯୁବ କ୍ରୀଡା ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଏକ ଦିବା ରାତ୍ର ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେବା ସହିତ ଫାଇନାଲ ମ୍ୟାଚରେ ତିତ୍କେଲା ଦଳ ବିଜୟୀ ଘୋଷିତ ହେଇ ଥିବା ବେଳେ ଭାଟେଲ୍ ଦଳ ଉପ ବିଜେତା ଭାବେ ଘୋଷଣା କରାଯାଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଓ ଜିଲ୍ଲା ପ୍ରମୁଖ ପ୍ରତ୍ୟୁଷ ସାହୁ, ବିଶ୍ଵବିଦ୍ୟାଳୟ ଶାଖା ସଭାପତି ବିକାଶ ସାହୁ, ବିଭାଗ କାର୍ଯ୍ୟାଳୟ ପ୍ରମୁଖ କେଶବ ସାହୁ ଉପସ୍ଥିତ ଥିଲେ । ବିଜେତା ଟିତକେଲା ଏକାଦଶକୁ ଟ୍ରଫି ସହ ନଗଦ ୧୫୦୦ ଟଙ୍କା ଓ ଉପ ବିଜେତା ଭାଟେଲ ଦଳକୁ ଟ୍ରଫି ସହ ୧୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଖଣ୍ଡ କାର୍ଯ୍ୟବାହ ପ୍ରତ୍ୟୁଷ ନାଏକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରାଇଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ସଂଯୋଜକ ନୃପମଣି ବାହୁକ, ଥୟରାଜ ହୀରା, ଧର୍ମେନ୍ଦ୍ର ବାହୁକ, ଜଗଦୀଶ ସୁନା, ଅକ୍ଷୟ, ବୁଲୁ ପ୍ରମୁଖଙ୍କ ନେତୃତ୍ୱରେ ହୋଇଥିଲା । ଆଗାମୀ ଦିନରେ ଏହି ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନିରନ୍ତର ସେବା ମନୋଭାବ ଓ ରାଷ୍ଟ୍ର ଭକ୍ତି ଜାଗୃତ କରିବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୋଲି ଜିଲ୍ଲା ପ୍ରମୁଖ ପ୍ରତ୍ୟୁଷ ସାହୁ ନିଜର ମତ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.