ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହେଲେ ହରିପ୍ରିୟା ନାଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତର ନୂତନ ସରପଞ୍ଚ ଭାବେ ହରିପ୍ରିୟା ନାଗ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ନାଗ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଜ୍ୟୋତ୍ସାରାଣୀ ଖମାରୀଙ୍କୁ ୪୭୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏଥର ନିର୍ବାଚନରେ ଡୁଡୁକାଠେଙ୍ଗା ପଞ୍ଚାୟତରେ ଚାରି ଜଣ ପ୍ରାର୍ଥୀନୀ ସରପଞ୍ଚ ଲଢେଇରେ ଅବତୀର୍ଣ ହୋଇଥିଲେ । ହରିପ୍ରିୟା ନାଗ ୧୦୫୮ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ଜ୍ୟୋତ୍ସାରାଣୀ ଖମାରୀ ୫୮୪ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ହରିପ୍ରିୟା ନାଗଙ୍କୁ ଡୁଡୁକାଠେଙ୍ଗା ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ହୋଇଥିବା ଅନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଆଜି ନିଜ ସମର୍ଥକଙ୍କ ଗହଣରେ ଶୋଭା ଯାତ୍ରାରେ ବାହାରି ଭୋଟର୍ସ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.