କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ କର୍ଲାମୁଣ୍ଡା ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ଭାବେ ହେଲେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନରେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଜୟନ୍ତୀ ସାହୁଙ୍କୁ ୨୧୧୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଶ୍ରୀ ଚୌଧୁରୀ ୭୩୧୦ ଖଣ୍ଡ ଭୋଟ ପାଇଥିବା ପ୍ରଥମ ସ୍ଥାନରେ ଥିବାବେଳେ ବିଜେପିର ଜୟନ୍ତୀ ସାହୁ ୫୧୯୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଓ ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ସାହୁ ୪୫୫୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୧୭ ରେ ଏହି ଆସନରେ ବିଜେପିର ପ୍ରାର୍ଥୀ ବିଜୟ ହୋଇଥିଲେ । ଚଳିତ ନିର୍ବାଚନରେ ସାରା ଓଡିଶାରେ ବିଜେଡି ପ୍ରାର୍ଥୀମାନେ ଅଧିକ ସଂଖ୍ୟାରେ ବିଜୟୀ ହେଉଥିବାବେଳେ କଳାହାଣ୍ଡିରେ ମଧ୍ୟ ଏହି ଟ୍ରେଣ୍ଡ ଚାଲିଛି । ତେବେ କର୍ଲାମୁଣ୍ଡାରୁ ସୁରେଶଙ୍କ ବିଜୟ କଂଗ୍ରେସର ମାନରକ୍ଷା ସଦୃଶ୍ୟ ହୋଇଛି । ଅନ୍ୟପକ୍ଷରେ ଉପଯୁକ୍ତ ପ୍ରାର୍ଥୀ ଦେଇ ନ ପାରିବାରୁ ବିଜେଡି ତୃତୀୟ ସ୍ଥାନକୁ ଖସିଲା ଏବଂ କଂଗ୍ରେସ ପ୍ରାର୍ଥୀ ସୁରେଶ ନିଜ ବ୍ୟକ୍ତିତ୍ୱ ପାଇଁ ଜିତିଲେ, ଏଠାରେ ଅର୍ଥବଳ କାମଦେଲାନି ବୋଲି ଚର୍ଚ୍ଚା ହେଉଛି । ନବ ଦାସଙ୍କ ଷ୍ଟ୍ରାଟେଜି ବି ଏଠି ଫେଲ ମାରିଲା । ଜିଲ୍ଲାରେ କଂଗ୍ରେସ କର୍ଲାମୁଣ୍ଡାରେ ଖାତା ଖୋଲିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.