ସତରେ କ’ଣ ୟୁକ୍ରେନ ଛାଡି ପଳାଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି

ପୋଲାଣ୍ଡ ପଳାଇଥିବା ଦାବିକଲା ଋଷିୟ ଗଣମାଧ୍ୟମ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ଆଜି ଋଷିୟ ସେନା ଜାପୋରିଜିଆରେ ଥିବା ଆଣବିକ କାରଖାନା ନିଜ ନିୟନ୍ତ୍ରଣକୁ ନେବା ପରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଆର୍ଥିକ ଏବଂ ମାନବୀୟ ସହଜାୟତା ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଏହି ଆଲୋଚନା ପରେ ଋଷ ବୋମା ବର୍ଷଣ ବନ୍ଦ କରୁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି । ଏହାରି ଭିତରେ ଋଷ ଗଣମାଧ୍ୟମ ଦାବି କରିଛି ଯେ, ୟୁକ୍ରେନ୍ ଛାଡ଼ି ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପୋଲାଣ୍ଡ ପଳାଇଛନ୍ତି । ପୋଲାଣ୍ଡରେ ଥିବା ଋଷିୟ ଗଣମାଧ୍ୟମ ଏହି ଦାବି କରିଛି । ପୁର୍ବରୁ ଖବର ଆସିଥିଲା ଯେ ଗତ ୭ ଦିନ ମଧ୍ୟରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ପ୍ରାୟ ୩ ଥର ଉଦ୍ୟମ କରାଯାଇଛି । ରିପୋର୍ଟରେ ଅନୁଯାୟୀ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଦୁଇଟି ଭିନ୍ନ ହତ୍ୟା ଗୋଷ୍ଠୀ ୱାଗନର୍ ଗୋଷ୍ଠୀ ଏବଂ ଚେଞ୍ଚଙ୍କୁ ପଠାଯାଇଛି। ତେବେ ସବୁଠୁ ବଡ଼ କଥା ହେଉଛି ଯେ ରୁଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସ (ଏଫଏସବି) ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ପଠାଯାଇଥିବା ବିଷୟରେ ୟୁକ୍ରେନୀୟମାନଙ୍କୁ ସତର୍କ କରାଇଥିଲେ। କାରଣ ସେମାନେ ଏହି ଯୁୁଦ୍ଧକୁ ବିରୋଧ କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.