ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଗୁଡ଼ିଆଲିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଟିଏଲଏମ କର୍ନର ଏବଂ ମୋ ସ୍କୁଲ ଅଭିଯାନର ପାଣ୍ଠିରୁ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ନିହାରିକା ଦେବୀ, ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଢଳଦେବ ମୁଣ୍ଡ, ଅବସରପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ଦାଶ, ବାପୁଜୀ ସିଆରସିସି ମିନତି ପ୍ରଧାନ, ଅଟlଙ୍ଗଗୁଡା ସିଆରସିସି ବିଜୟ କୁମାର ଦାଶ ଓ ଯୁବ ଗାଳ୍ପିକ ତଥା ଶିକ୍ଷକ ଡିଲେଶ୍ୱର ରଣା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲବଣୀ ସା ଅତିଥି ଭାବେ ଯୋଗ ଦେଇଥିଲେ । ସଭା ପରିଚାଳନା କରିଥିଲେ ଗଣନାଥପୁର ସିଆରସିସି ବିଶ୍ୱଜିତ ରାଏ । ଏହି କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ଯୁବା ମେଣ୍ଟରଶିପ ମନୋନୀତ ଡିଲେଶ୍ବର ରଣାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନ୍ୟୁନତମ ଶିକ୍ଷଣ ସ୍ତର ଅଭିବୃଦ୍ଧିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କିପରି ସହାୟକ ହେବ ଆଲୋଚନା ହୋଇଥିଲା । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।