ଆଜି ବିଶ୍ବ ପଖାଳ ଦିବସ: ଓଡ଼ିଆ ଜାତିର ଅନନ୍ୟ ବିଶେଷତ୍ଵ ପଖାଳ

ଆଜି ଓଡ଼ିଶାର ଗାଁ ଠାରୁ ସହରର ତାରକା ହୋଟେଲ ଯାଏ ସବୁଠି ଜମିବ ପଖାଳର ଆସର । ଓଡିଶାର ଲୋକଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳ ଅନ୍ୟତମ । ସେ ଖରା ହେଉ କିମ୍ବା ଶୀତ । ଖରାଦିନେ ତ ଘରେ ଘରେ ପଖାଳର ଆଦର ବେଶ୍ ବଢିଯାଏ । ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ (ୟୁନିଭର୍ସାଲ ପଖାଳ ଡେ) ଭାବେ ପାଳନ କରାଯାଏ । କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି । ବିଶ୍ୱର କୋଣ ଅନୁକୋଣରେ ଯେଉଁଠାରେ ବି ଓଡିଆମାନେ ଥା’ନ୍ତି ପଖାଳ ଖାଇ ଆଜିର ଦିନକୁ ପାଳନ କରିଥାନ୍ତି । ପଖାଳରେ ଦହି, ଆମ୍ବକଶିଆ ଅଦା ସାଙ୍ଗକୁ ମାଛ ଭଜା, ଶାଗ, ବାଇଗଣ ଭର୍ତ୍ତା, ଆଳୁପୋଡା ଥିଲେ ପଞ୍ଚତାରକା ହୋଟେଲର ଖାଦ୍ୟ ବି ଫିକା ପଡିଯିବ । କେବଳ ଓଡିଶା ନୁହେଁ; ପଡୋଶୀ ପଶ୍ଚିମବଙ୍ଗ, ବିହାର, ଆସାମ ଆଦି ରାଜ୍ୟରେ ଲୋକେ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି । ଗରିବ ଠୁ ଧନୀ ପର୍ଯ୍ୟନ୍ତ ପଖାଳ ଖାଆନ୍ତି । ଏମିତିକି ବିଭିନ୍ନ ଦେବଦେବୀଙ୍କ ନିକଟରେ ପଖାଳ ପ୍ରସାଦ ଭାବେ ଲାଗି ହେବାର ପରମ୍ପରା ରହିଛି । ଦଶମ ଶତାବ୍ଦୀରେ ପୁରୀ ଶ୍ରୀମନ୍ଦିରରେ ପଖାଳ ଓ ଟଙ୍କ ତୋରାଣୀର ପ୍ରଚଳନ ହୋଇଥିବା କଥା ରହିଛି । କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ଚେନ୍ନାଇ, ମୁମ୍ବାଇ, ନେପାଳ, ବାଂଲାଦେଶ ଓ ମିୟାଁମାରରେ ମଧ୍ୟ ପହଂଚିଯାଇଛି ପଖାଳ । କେବଳ ଘରେ ନୁହେଁ ବଡବଡ ହୋଟେଲ ମାନଙ୍କରେ ମଧ୍ୟ ପଖାଳ ମିଳେ । ପଖାଳ ଶଦ୍ଦଟି ‘ପାଲି’ ଭାଷାର ‘ପଖାଳିବା’ ଶଦ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି ଧୋଇବା । ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ । ତେବେ ମୋଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ସୁସଂଜିତ କରିବା। ବୈଜ୍ଞାନିକ ପ୍ରମାଣ ଏହାକୁ ସ୍ପଷ୍ଟ କରିଛି ଯେ, ଭାତରେ ପାଣି ପକାଇ ରଖିଲେ ତାହା ଅଧିକ ସମୟ ଧରି ତିଷ୍ଟି ରହେ । ତାଛଡା ତା’ର ମଧୁର୍ଯ୍ୟ ବଢିଯାଏ; କାହିଁକିନା, ସେଥିରେ ଅମ୍ଳିୟ ଗୁଣ ବୃଦ୍ଧି ପାଇଥାଏ । ଓଡ଼ିଶାର ଜନଜୀବନ ଓ ଧାର୍ମିକ ପରମ୍ପରା ସହ କେଉଁ ଏକ ଆବାହମାନ କାଳରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ପଖାଳ ଆଜି ବିଶ୍ବରେ ସ୍ବତନ୍ତ୍ର ପରିଚିତି ଲାଭ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.