ଯାଦବ ମହାସଭା ତରଫରୁ ମରଣୋତ୍ତର ଆଦର୍ଶ ଯାଦବ ପ୍ରତିଭା ସମ୍ମାନ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ୪୨ମୌଜା ଯାଦବ ମହାସଭାର ପ୍ରତିଷ୍ଠାତା ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ଅନୁମୋଦନ କ୍ରମେ ଦହିଗାଁର ଅଧିଷ୍ଠାତ୍ରୀ ଦେବୀ ମା ବରୁଣାଇଁ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ‌। ଦୋଳ ପୂର୍ଣ୍ଣିମାର ଶୁଭ ଅବସରରେ ୪୨ମୌଜା ଯାଦବ ମହାସଭା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ବେହେରା ଓ ସ୍ବର୍ଗତ ସୁରେନ୍ଦ୍ର ବେହେରାଙ୍କୁ ମରଣୋତ୍ତର ଆଦର୍ଶ ଯାଦବ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇ ତାଙ୍କର ତୈଳଚିତ୍ର ସଂଲଗ୍ନ ମାନପତ୍ରକୁ ସେମାନଙ୍କ ଜ୍ୟେଷ୍ଠପୁତ୍ର ସଚ୍ଚିକାନ୍ତ ବେହେରା ଓ ରମେଶ ବେହେରାଙ୍କ ହସ୍ତରେ ଅର୍ପଣ କରାଯାଇଅଛି । ଏହି ସମ୍ଭର୍ଦ୍ଧନା ସଭାରେ ଅନୁଷ୍ଠାନର ଉପଦେଷ୍ଟା ବିନୋଦ ବେହେରା, ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, ପର୍ଶୁରାମ ବେହେରା, ଧୀରେନ୍ଦ୍ର ବେହେରା, ହୃଷୀକେଶ ବେହେରା, ଦୁଃଖିଶ୍ୟାମ ବେହେରା, କାଳନ୍ଦୀ ବେହେରା, ଅରୁଣ ବେହେରା, ବସନ୍ତ ବେହେରା, ହେମନ୍ତ ବେହେରା, ରମେଶ ବେହେରା, ବିପିନ ବେହେରା, ସୁବାସ ବେହେରା, ସୁକାନ୍ତ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଅଭିମନ୍ୟୁ ବେହେରା, କୃଷ୍ଣ ବେହେରା, ଡାଙ୍ଗ ବେହେରା ଓ ଉପେନ୍ଦ୍ର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଲଉଡ଼ି ଗୁରୁ ବିଜୟ ପଲେଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.