✍🏾ଡମ୍ବରୁଧର ବେହେରା
ତୁମ ବିନା ହୁଏ ନା
ଜମା ସକାଳ
ବିତେ ନା ଦିନ ତମାମ କଷ୍ଟ
ଆମ ଓଡ଼ିଆ ଘରର
ତୁ ପରା ଇଷ୍ଟ……
ମାଁ ପରା ବାଢ଼ି ଦିଏ
କଂସାରେ, ଥାଳିରେ, ବେଲାରେ
କିଛି ଆଚାର, ବଡ଼ିଚୁରା,
ଶୁଖୁଆ ପୋଡ଼ା, ଶାଗ ଭଜା
ଆଳୁ, ଭେଣ୍ଡି, ବାଇଗଣ ପୋଡ଼ା ସହ
କଞ୍ଚା ଲଙ୍କା, ଲେମ୍ବୁ, ଲୁଣ ସାଙ୍ଗେ
ବାସି ତୋରାଣି ଘାଣ୍ଟି
ଅଣ୍ଟାରେ ପଣତ କାନି ବାନ୍ଧି
କଣ୍ଟାକଣ୍ଟି…….
ପଖାଳ,
ତୁ ପରା ଆମ
ଓଡ଼ିଆ ସଂସ୍କୃତିର
ନିଆରା ଅନ୍ନ/ବର୍ଣ୍ଣ/ସୁନେଲି ସ୍ଵର୍ଣ୍ଣ…..
ଗରିବ,ଖଟିଖିଆ,ମଜୁରିଆ
ଧନୀ,ଦରିଦ୍ର
ରାଜା,ପ୍ରଜା
ସଭିଙ୍କର ବାରମଜା
ତେର ତିଅଣର ରାଜା……..
ପଖାଳ,
ପାଏନା
ତୁମ ବିନା ସକାଳ
ପଖାଳ………….।
ତୋତେ ପାଇ
ହୋଇଯାଏ ମନରୁ ଦୂର
ଦୁଃଖ କଷ୍ଟ ସକଳ
ପଖାଳ……।।