ସତ୍ୟ ମହିମା ଆଶ୍ରମ ପରବାଙ୍ଗୀ ଠାରେ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରବାଙ୍ଗି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ମଠାଧୀଶ ସାଧୁ ପ୍ରଭାକର ଦାସଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ମହିମା ସମାଜର ସଭାପତି ବ୍ରହ୍ମ ଅବଧୂତ ଭଗବାନ ବାବା, ସମ୍ପାଦକ ବ୍ରହ୍ମ ଅବଧୂତ କିଶୋର ଚନ୍ଦ୍ର ବାବାଙ୍କ ସମେତ ବ୍ରହ୍ମ ଅବଧୂତ ଆନନ୍ଦ ଚନ୍ଦ୍ର ବାବା, ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ ଟୋଲବ୍ରାହ୍ମଣୀର ବୈଦ୍ୟରାଜ ପବିତ୍ର ଶବର ଓ ଅନେକ ସିଦ୍ଧ ପୁରୁଷ ସାଧୁସନ୍ଥ ଉପସ୍ଥିତ ଥିଲେ । ହିନ୍ଦୁ ଧର୍ମର ଅଦୈତ ବ୍ରହ୍ମ ବାଦ ହେଉଛି ମହିମା ଧର୍ମ । ଭାରତୀୟ ସଂସ୍କୃତିର ସୁରକ୍ଷା ଓ ହିନ୍ଦୁଧର୍ମର ପ୍ରଚାର ପ୍ରସାର ପାଇଁ ବ୍ରତି ରହିଥିବା ସାଧୁ ପ୍ରଭାକର ଦାସ ଦୀର୍ଘ ୨୦ ବର୍ଷ ହେଲା ପରବାଙ୍ଗି ଆଶ୍ରମରେ ପ୍ରତିବର୍ଷ ଏହି ମହୋତ୍ସବର ଆୟୋଜନ କରିଥାନ୍ତି । ଏହାସହ ସେ ପଶ୍ଚିମାଞ୍ଚଳର କୋଣ ଅନୁକୋଣରେ ପ୍ରବଚନ ଦେଇ ବିପଥଗାମୀ ମଣିଷମାନଙ୍କୁ ଧର୍ମ ମାର୍ଗରେ ପରିଚାଳିତ କରିବାପାଇଁ ଚେଷ୍ଟିତ ଅଛନ୍ତି । ଏହି କ୍ରମରେ ପରବାଙ୍ଗି ମହିମା ଆଶ୍ରମରେ ବ୍ରହ୍ମ ଯଜ୍ଞ ପାଇଁ ଗତ ଶନିବାର (୧୯/୩)ରେ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିଲା । ଏହାସହ ଧୁନୀ ସ୍ଥାପନ, ଯଜ୍ଞ, ଭଜନ କୀର୍ତ୍ତନ, ପ୍ରବଚନ ଓ ଅହୋରାତ୍ର ନାମ ସଂକୀର୍ତ୍ତନ ଚାଲିଥିଲା । ଏଥିରେ କଳାହାଣ୍ଡି, ବଲାଙ୍ଗୀର, ବଉଦ, ଫୁଲବାଣୀ, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡା ଆଦି ବିଭିନ୍ନ ଜିଲ୍ଲାରୁ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ଭକ୍ତବୃନ୍ଦ ସାମିଲ ହୋଇଥିଲେ । ଆଜି (ମାର୍ଚ୍ଚ ୨୧) ସୋମବାର ଦିନ ପୂର୍ଣ୍ଣାହୁତି ସହ ପରବାଙ୍ଗୀ ମହିମା ଆଶ୍ରମରେ ଆୟୋଜିତ ବିଶ୍ୱ ଶାନ୍ତି ବ୍ରହ୍ମ ଯଜ୍ଞ ମହିମା ବାଲ୍ୟଲୀଳା-୨୦୨୨ ସମାପନ ହୋଇଛି । ପରବାଙ୍ଗୀ ସମେତ ଆଖପାଖ ଗ୍ରାମବାସୀ ଓ ଭକ୍ତବୃନ୍ଦ ଏହି ଭବ୍ୟ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସାହାଯ୍ୟ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.