ଯକ୍ଷ୍ମା ନିରାକରଣ ଏବଂ ଚିକିତ୍ସାରେ ଅଭିନବତା: କଳାହାଣ୍ଡିରେ ଡ୍ରୋନ୍ ଲୋଜିଷ୍ଟିକ ନିୟୋଜନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରେଡୱିଙ୍ଗ୍ ଲ୍ୟାବ ଏବଂ ଅନାମାୟା, ଆଦିବାସୀ ସ୍ୱାସ୍ଥ୍ୟ ସହଯୋଗୀ ପାଇଲଟ୍ ଡ୍ରୋନ୍ ଲଜିଷ୍ଟିକ୍ସକୁ ଯକ୍ଷ୍ମା ନିରାକରଣ ଏବଂ ଚିକିତ୍ସା ନିମନ୍ତେ ଦୂରଦୂରାନ୍ତର ତଥା କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପହଞ୍ଚିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଆଦିବାସୀ ସମ୍ପ୍ରଦାୟକୁ ପହଞ୍ଚିବା ପାଇଁ ସ୍ୱୟଂଚାଳିତ ଡ୍ରୋନ୍ ବ୍ୟବହାର କରି ଯକ୍ଷ୍ମା ନିରାକରଣ ନିମନ୍ତେ ଏକ ଅଭିନବ ଉପାୟ ପ୍ରଦର୍ଶନ କରିବା । ପାଇଲଟ୍ ଆଦିବାସୀ ମାନଙ୍କ ଠାରୁ ସଂଗୃହିତ ସ୍ପୁଟମ୍ ନମୁନାକୁ ସୁରକ୍ଷିତ ଏବଂ ନିରାପଦରେ ପରିବହନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭବାନୀପାଟଣା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ନର୍ଲା ମଧ୍ୟରେ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରଯାଇଥିଲା । ନର୍ଲାରୁ କଫ ସାମ୍ପୁଲ ନେଇ କ୍ଷୁଦ୍ର ବିମାନ ଆଜି ୨୨ ମାର୍ଚ୍ଚ ମଧ୍ୟାହ୍ନ ୧୨.୩୦ ରେ ଉଡ଼ାଣ ଭରିଥିଲା । ଏଥିପାଇଁ ନର୍ଲା ମେଡିକାଲ ଅଧିନସ୍ଥ କୁଂଦେଇଝରଣ, ଲାଖପଦର, ରାକସୀ, କେନ୍ଦୁପଡା ଠାରୁ ନର୍ଲା ସ୍ୱାସ୍ଥ୍ୟ ବିଭାଗ ତଫରୁ ଯକ୍ଷ୍ମା ରୋଗର ଚିହ୍ନଟ ପାଇଁ କଫ ନମୂନା ସଂଗ୍ରହ କରାଯାଇଥିଲା । ଏଥିରେ ନର୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସବୀର ପଧାନଙ୍କ ନେତୃତ୍ୱରେ ପିଇଚିଓ ବିମଲ ଦୀପ, ଏସଟିଏସ ଅଜିତ ଆଚାର୍ଯ୍ୟ, ଦେବାଶିଷ ଭୋଇ, ସୁପର ଭାଇଜର ବିରେନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ବବିତା ପ୍ରଧାନ, ସୁନିତା ନିହାଲ ପ୍ରମୁଖ ସହଯୋଗ କରିଥିଲେ । ପିରାମିଲ ସ୍ୱାସ୍ଥ୍ୟ ସଂସ୍ଥା ତରଫରୁ ପାରା ମେଡିକାଲ ଷ୍ଟାଫ ଲିପିକା ସାହୁ, କମ୍ୟୁନିଟି ମୋବିଲାଇଜର ଉଦ୍ଧବ ମହନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

୨୨ ମାର୍ଚ୍ଚ ୨୦୨୨ରେ ଟିବି ଲକ୍ଷଣ ଦେଖା ଯାଇଥିବା ଉପରୋକ୍ତ ଗ୍ରାମ ଗୁଡିକର ଆଦିବାସୀ ସମ୍ପ୍ରଦାୟର ସଦସ୍ୟଙ୍କ ଠାରୁ ୧୮ ଟି ସ୍ପୁଟମ୍ ନମୁନା ସଂଗ୍ରହ କରାଯାଇଥିଲା, ନିରାପଦରେ ପ୍ୟାକ୍ କରାଯାଇଥିଲା ଏବଂ ଡ୍ରୋନ୍ରେ ସାହାଯ୍ୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ନର୍ଲାରୁ ଭବାନୀପାଟଣାକୁ ପରିବହନ କରାଯାଇଥିଲା । ଏହି କଫ ସାମ୍ପୁଲ ରହିତ ଡ୍ରେ।ନ ଉଡ଼ାନରେ ନର୍ଲା ମେଡିକାଲର ଅନାମାୟାଙ୍କ ଦଳ ଓ ନର୍ଲା ମେଡିକାଲ ଷ୍ଟାଫଙ୍କ ଦ୍ୱାରା ସମର୍ଥିତ ଝାରଖଣ୍ଡ ଓଡିଶା ରେଜିଓନାଲ ହେଡ ଦେବାଶିଷ ସିହ୍ନା, ଟେକ୍ନିସିଆନ ରୂପେଷ ସିଂ ଓ ସୋନାଲି ଭଟଙ୍କ ଉପସ୍ଥିତିରେ ଏହି କାର୍ଯକ୍ରମ ଶୁଭାରମ୍ଭ କରାଯାଇଥିଲା। ଆଦିବାସୀ ସ୍ୱାସ୍ଥ୍ୟ ସହଯୋଗୀ ପାଇଲଟ ପ୍ରକଳ୍ପକୁ ୟୁଏସ୍ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସଏଆଇଡି) ଏଥିରେ ସହାୟତା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.