ଓଡ଼ିଆ ବାର୍ତ୍ତା/ ପୁରୀ: ପଣ୍ଡିତ ଶ୍ରୀନାଥ ବାହିନୀପତି ସ୍ମୃତି ସଂସଦ ଆନୁକୁଲ୍ୟରେ ପୁରୀ ଠାରେ ନବମ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ମର୍ଯ୍ୟାଦାଜନକ ଓଡ଼ିଶା ବାଗ୍ମୀ ପ୍ରଭା ସମ୍ମାନ-୨୦୨୨ରେ ସମ୍ମାନୀତ କରାଯାଇଛି । ତାଙ୍କର ପ୍ରଚଣ୍ଡ ବାଗ୍ମୀତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା ଅର୍ଥାସେବାର ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ସାମନ୍ତରାୟ ଓଡ଼ିଶାର ୨୩ ଗୋଟି ଜିଲ୍ଲାରେ ନିଜର ଶ୍ରେଷ୍ଠ ବାଗ୍ମୀତାର ପରିଚୟ ଦେଇଛନ୍ତି । ସାହିତ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ପାଇଁ ସେ ଓଡ଼ିଶାର କୋଣ ଅନୁକୋଣରେ ବେଶ୍ ପରିଚିତ । ତାଙ୍କର ପ୍ରତ୍ୟେକ କଥନ ଚମତ୍କାର ଏବଂ ଦର୍ଶକ ମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରିଥାଏ । ଆମ ଯୁଗ ଜିନ୍ଦାବାଦ, ପରିବର୍ତ୍ତନ କବିତା ସମ୍ଭାର ତାଙ୍କର ଓଡ଼ିଆ ବାଣୀ ଭଣ୍ଡାରକୁ ଅତୁଳନୀୟ ଅବଦାନ । ସାହିତ୍ୟ ସହିତ ସମାଜସେବା ଏବଂ ପରିବେଶ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ସଂଗ୍ରାମ କେଶରୀ । ଏହି ସଭାରେ ପ୍ରତିଷ୍ଠାତା ସମ୍ପାଦକ ପ୍ରଶାନ୍ତ ବାହିନୀପତି, ସଭାପତି ବ୍ୟଙ୍ଗ ସମ୍ରାଟ ସମ୍ପଦ କୁମାର ରଥ, ଡ଼ଃ. ଲକ୍ଷ୍ମଣ ସହୁ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ଼ଃ. ସଞ୍ଜୟ କୁମାର ପଣ୍ଡା, ଝାରଖଣ୍ଡର ସତ୍ୟ ପ୍ରକାଶ କର, ଡ଼ଃ. ଦିନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଓଡ଼ିଶା ବାଗ୍ମୀ ପ୍ରଭା ସମ୍ମାନ ୨୦୨୨ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନା ଓ ଉତ୍ତରରେ ‘ସାହିତ୍ୟ ପାଇଁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବି’ ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀ ସାମନ୍ତରାୟ ।