ଧର୍ମ ପରାୟଣା ମହିଳାଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ୪୨ ମୌଜା ସ୍ଥିତ ବଉଳକୁଦ ଗ୍ରାମର ଦୈତାରି ବେହେରାଙ୍କ କନ୍ୟା ତଥା ଦୋଳଗୋବିନ୍ଦ ବେହେରାଙ୍କ ଧର୍ମପତ୍ନୀ ବାବରୀ ଦେବୀଙ୍କର ପରଲୋକ ହୋଇଯାଇଛି। ଗତ କିଛି ଦିନ ଧରି ଅସୁସ୍ଥ ଥାଇ ସେ ଚିକିତ୍ସିତ ହେଉଥିଲେ । ସ୍ବର୍ଗତ ବାବରୀ ଦେବୀ ଜଣେ ପରୋପକାରୀ, ସମାଜସେବୀ ତଥା ଧର୍ମ ପରାୟଣା ମହିଳା ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦ ପ୍ରତିନିଧି ଅଜୟ ଦଳାଇ, କଟକ ସଦର ବ୍ଲକ୍ ଉପାଧ୍ୟକ୍ଷା ଅମ୍ବିକା ପାତ୍ର , ଦଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁମିତ୍ରା ଗୋଚ୍ଛାୟତ, ପୂର୍ବତନ ସରପଞ୍ଚ ବିଦ୍ୟାଧର ପାତ୍ର, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ଗ୍ରାମ ମୂରବୀ ରାଜ କିଶୋର ଦେବତା, ଶଙ୍କର୍ଷଣ ମୁଦୁଲି, ଭାସ୍କର ମିଶ୍ର, ଶୁକଦେବ ବେହେରା, ଗୋବର୍ଦ୍ଧନ ବେହେରା, ମଧୁସୂଦନ ବେହେରା, ସନ୍ତୋଷ କୁମାର ବେହେରା, ରାମଚନ୍ଦ୍ର ଦେବତା, ଶରତ ଚନ୍ଦ୍ର ଦେବତା, ରବୀନ୍ଦ୍ର ଦେବତା, ତାପସ ଦେବତା, ସଞ୍ଜୟ ବେହେରା, ରିଲା ବେହେରା, ସନାତନ ବେହେରା, ମମତା ବେହେରା, କର୍ଣ୍ଣେନ୍ଦ୍ର ବେହେରା, ଶଙ୍କର ବେହେରା, ଶିବେନ୍ଦ୍ର ବେହେରା, ଅନନ୍ତ ବେହେରା, ସୁରେନ୍ଦ୍ର ବେହେରା, ଦେବେନ୍ଦ୍ର ବେହେରା ଓ ତ୍ରିଲୋଚନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁତ୍ର ଧୀରେନ୍ଦ୍ର ବେହେରା ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.