ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିନ ଆର. ନୂଆଗାଁ ଗରାକୁମ୍ପା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ଚାରିଛକ ଥାନା ଆଡ଼େନିଗଡ଼ ଗ୍ରାମର ବସନ୍ତ ମୁଖି (୩୫) । ବସନ୍ତ ନିଜ ମାମୁ ଘର ଆର.ନୂଆଗାଁ ରେ ରହୁଥିବା ବେଳେ କୌଣସି କାମରେ ରାତି ୮ଟା ବେଳେ ଆର୍ ନୂଆଁଗାଁ ଠାରୁ ଲାଇନପଡ଼ା ଯାଇଥିବା ବେଳେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ ଖଜୁରୀପଡ଼ା ପୁଲିସ ଏସଆଇ ଉଦ୍ଧବ କୁମାର ଯାନୀଙ୍କ ସହ ଏକ ଟିମ ଯାଇ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ମୋଟରସାଇକେଲ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଫୁଲବାଣୀ ପଠାଇଛନ୍ତି । ଏ ନେଇ ମୃତକ ବସନ୍ତ ମୁଖିଙ୍କ ମାମୁ କହ୍ନେଇ ମୁଖି ଖଜୁରୀପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.