କଳାହାଣ୍ଡି ବିଶ୍ବ ବିଦ୍ୟାଳୟଠାରେ +୨ ଛାତ୍ରୀଙ୍କ ଆତ୍ମ-ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ +୨ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇ ଯାଇଛି । ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଛାତ୍ରୀ ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଥାଏ ବୋଲି ମତ ଦେଇଥିଲେ । ଉତ୍ସବରେ ସ୍ଥାନୀୟ ଟାଉନ୍ ଥାନାର ମହିଳା ସବ୍ ଇନ୍ସପେକ୍ଟର ସୁନୀତା ସେଠୀ ଓ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର କଳାହାଣ୍ଡି ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ତାଲିମ୍ ପାଇଥିବା କୌଶଳକୁ ନିୟମିତ ଭାବେ ଅଭ୍ୟାସ କରିବା ସହ ବାସ୍ତବ ଜୀବନରେ କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦେଇଥିଲେ । ଅଧ୍ୟାପିକା ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ସ୍ଵାଗତ ଅଭିଭାଷଣ ଓ ମଞ୍ଚ ପରିଚାଳନା କରିଥଲେ ।

କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ବାପି ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଡ. ସୁବ୍ରତ ପାଣିଗ୍ରାହୀ, ଡ. ନଳିନୀ କାନ୍ତ ରଣା, ପ୍ରଦୀପ ପ୍ରଧାନ, କବି ଶତପଥୀ ଓ ତରଣି ସେନ ଦେହୁରୀ ତଥା ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ମୋଟ ୩୩୦ଜଣ ଛାତ୍ରୀଙ୍କୁ ମାଷ୍ଟର ପ୍ରଶିକ୍ଷିକା ଜୟନ୍ତୀ ଭୋଇ, ଶ୍ରଦ୍ଧାଞ୍ଜଳି ମାଝୀ, ରିକିନା ରାଉତ, ପ୍ରମିଳା ସା ପ୍ରମୁଖ ଏପ୍ରିଲ୍ ୧୧ ରୁ ୨୧ ତାରିଖ ପର୍ଯ୍ୟନ୍ତ ମୋଟ ଆଠ ଦିନ ଏହି ପ୍ରଶିକ୍ଷଣ ପ୍ରଦାନ କରିଥଲେ । ଉଦଯାପନୀ ଉତ୍ସବରେ ଛାତ୍ରୀମାନେ ଅତିଥିମାନଙ୍କ ସମ୍ମୁଖରେ ତାଲିମ ପାଇଥିବା ଆତ୍ମ ସୁରକ୍ଷାର କେତେକ କୌଶଳ ପ୍ରଦର୍ଶନ କରିଥିଲେ । ସମସ୍ତ ପ୍ରଶିକ୍ଷାର୍ଥିନୀଙ୍କୁ ତାଲିମ ପ୍ରମାଣ ପତ୍ର ଓ ଚାରି ଜଣ ପ୍ରଶିକ୍ଷିକାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.