ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା କର୍ମଶାଳା

ଓଡ଼ିଆ ବାର୍ତ୍ତା /କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଫୁଲବାଣୀ ସ୍ଥିତ ଆଇଟିଡିଏ ସଭା ଗୃହ ଠାରେ ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା, ଚକାପାଦ, ଟିକାବାଲି ଓ ଜି ଉଦୟଗିରି ୬ଟି ପଞ୍ଚାୟତ ସମିତର ଅଧ୍ୟକ୍ଷ, ସମିତି ସଭ୍ୟ, ସଭ୍ୟା, ଜିିଲ୍ଲା ପରିଷଦ ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କୁ ନେଇ ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରଶ୍ମିତା କରଣ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥା ନିର୍ଦ୍ଦେଶକ ବିଶ୍ବରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରା, ଜିିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ, ମହିଳା ସୁରକ୍ଷା ଅଧିକାରିଣୀ ଏସ. ଗାୟତ୍ରୀ, ଆକ୍ସନଏଡ୍ ଜିିଲ୍ଲା ସଂଯୋଜିକା ଶ୍ରୀମତୀ ସଂଧ୍ୟାରାଣୀ ନାୟକ, ଫିରିଙ୍ଗିଆ,ଖଜୁରୀପଡା, ଫୁଲବାଣୀ,ଟିକାବାଲି, କ.ନୁଆଗାଁର ପଞ୍ଚାୟତ ପ୍ରତିନିଧି ମାନେ ଏବଂ ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ ମାନେ ଉପସ୍ଥିତ ଥିଲେ ।

ମୁଖ୍ୟ ଅତିଥି ଜିିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବରଞ୍ଜନ ନାୟକ ଶିଶୁମାନେ ଦେଶର ଭବିଷ୍ୟତ ତେଣୁ ଶିଶୁଙ୍କ ସୁରକ୍ଷା ଯତ୍ନ ପ୍ରତି ଧ୍ୟାନ ଦେବା ସମସ୍ତଙ୍କ ଦାୟୀତ୍ବ ବୋଲି ମତାମତ ପ୍ରଦାନ କରିଥିଲେ l ଅଧ୍ୟକ୍ଷ ଶିଶୁ ମଙ୍ଗଳ କମିଟି ଶିଶୁ ସୁରକ୍ଷାରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ଭୁମିକା ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ଫୁଲବାଣୀ ଜିିଲ୍ଲା କୋର୍ଟର ବରିଷ୍ଠ ଆଇନଜିବୀ ବିଜୟକୁମାର ପଟ୍ଟନାୟକ ଯୌନ ନିରାପତ୍ତା ସୁରକ୍ଷାଆଇନ, ବାଲ୍ୟବିବାହ ଆଇନ,କିଶୋର ଓ ନ୍ୟାୟ ଆଇନ ସମ୍ପର୍କରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସଚେତନ କରିଥିଲେ।ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଗ୍ରାମାଞ୍ଚଳରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ କିଶୋରୀ ଓ କିଶୋର ମାନଙ୍କ ସୁରକ୍ଷା ଓ ସଚେତନତା ସଠିକ୍ ଭାବେ ହେବ ସେଥିପ୍ରତି ପଞ୍ଚାୟତ ପ୍ରତିନିଧିମାନେ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ସହଯୋଗ କରିବା ପାଇଁ ପ୍ରତିନିଧି ମାନଙ୍କୁ ସୁଚନା ଦେଇଥିଲେ, ଏହାପରେ ଜିିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ କରଣ ଯାନ୍ତ୍ରୀକ ଅଧିବେଶନ ଆରମ୍ଭ କରି ଗ୍ରାମାଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ଶିଶୁ ସମସ୍ୟା ଓ ସମାଧାନ ପାଇଁ ସରକାରଙ୍କ ତରଫରୁ ଥିବା ବ୍ୟବସ୍ଥା, ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି, ବ୍ଲକ ସ୍ତରୀୟ ଶିଶୁ ଶିଶୁ ସୁରକ୍ଷା କମିଟିର କାର୍ଯ୍ୟ ଓ କ୍ଷମତା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା, ଚାଇଲ୍ଡଲାଇନ୍-୧୦୯୮ ର ସେବା ସମ୍ପର୍କରେ କର୍ମୀ ଶିବଶଙ୍କର ବେହେରା ସୁଚନା ପ୍ରଦାନ କରିଥିଲେ, ଶେଷରେ ଶିଶୁ ସୁରକ୍ଷାରେ ପ୍ରତ୍ୟକ୍ଷ ଭାବେ ନିଜକୁ ସାମିଲ କରିବା ପାଇଁ ପ୍ରତିନିଧି ମାନଙ୍କୁ ଆକ୍ସନଏଡ୍ର ଜିିଲ୍ଲା ସଂଯୋଜିକା ଶ୍ରୀମତୀ ସଂଧ୍ୟାରାଣୀ ନାୟକ ଶପଥପାଠ କରାଇଥିଲେ। ଶିଶୁ ଯତ୍ନ ଆନୁଷ୍ଠାନ ସୁରକ୍ଷା ଅଧିକାରୀ ସୁନୀଲ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଜିିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣଅନୁଷ୍ଠାନ ସୁରକ୍ଷା ଅଧିକାରୀ ସରୋଜ କୁମାର କହଁର,ବବୃବାହାନ ମାଝୀ, ଚିନ୍ମୟ କୁମାର ବେହେରା କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.