କର୍ଲାମୁଣ୍ଡାରେ ଆୟୁଷ୍ମାନ ଭାରତର ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଆୟୁଷ୍ମାନ ଭାରତ ଯୋଜନା ପକ୍ଷରୁ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ ଉଦଘାଟନ ଉତ୍ସବରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଧା, ବିଇଓ ହୃଷିକେଶ ଗହୀର, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ସ୍ବର୍ଣ୍ଣଲତା ସାହୁ, ବ୍ଲକ ଉପାଧ୍ୟାକ୍ଷ ସୁରେନ୍ଦ୍ର ଭୋଇ, ସିଡିପିଓ ଗିରିଜା ଏମ, ବିଧାୟକ ପ୍ରତିନିଧି ଦୀନବନ୍ଧୁ ସାହୁ, ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ମେଡିକାଲ ଅଫିସର ଡ଼ ସୌମ୍ୟରଞ୍ଜନ ପାତ୍ର ମେଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ମେଳା ରେ ୧୬ ଟି ପ୍ରକୋଷ୍ଟ ଖୋଲା ଯାଇ ବିଭିନ୍ନ ରୋଗର ପରୀକ୍ଷା କରାଯାଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକ ଆସି ରୋଗ ପରୀକ୍ଷା କରାଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ବିପିଓ ଅଜିତ ସିଂ କୁମାର, ଡ଼ ଶିଖିଧ୍ଵଜ ପଟେଲ, ପବିତ୍ର ନାୟକ, ବିମଳ ଚନ୍ଦ୍ର ସାହୁ ଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ, ଆଶା କର୍ମୀ ମାନେ ସହଯୋଗ କରିଥିଲେ ।  ଶିଶୁ ରୋଗ, ଚକ୍ଷୁ ରୋଗ, କୁଷ୍ଠ ଓ ଯକ୍ଷ୍ମା ରୋଗ, ସ୍ତ୍ରୀ ଓ ପ୍ରସୂତି ସମ୍ବନ୍ଧିତ ରୋଗ ସମେତ ସାଧାରଣ ରୋଗ, କୋଭିଡ ପରୀକ୍ଷା ଓ ଟୀକାକାରଣ ଆଦି ବିଷୟରେ ଚିକିତ୍ସା ଯୋଗାଇଦିଆଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.