ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ନୂଆପଡା ମାଁ ପେଣ୍ଡ୍ରାଣୀ ଷ୍ଟାଡିୟମଠାରେ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଅନକାବେଡା ମାଁ ପେଣ୍ଡ୍ରାଣୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ମାଁ ପେଣ୍ଡ୍ରାଣୀ ରାତ୍ରିକାଳୀନ କ୍ରିକେଟ ପ୍ରତିଯୋଗିତା ଦେଖିବାକୁ ଅଞ୍ଚଳର କ୍ରିଡା ପ୍ରେମୀ ଓ ସାଧାରଣ ଜନତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ପାନାବେଡା ଅଞ୍ଚଳର ଅନକାବେଡା ଠାରେ ପ୍ରଥମଥର ପାଇଁ ରାତ୍ରିକାଳୀନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ତେଣୁ କ୍ରିଡ଼ା ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟର ଶୂଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ଉପାଧକ୍ଷ ବାସୁଦେବ ଗୌଡ଼, ବିଜେଡି ନେତା ବଳରାମ ପଟ୍ଟନାୟକ, ଫଟକି ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ, ଅନକାବେଡା ସମିତି ସଭ୍ୟ ଗୌରୀ ନାଗ, ଅନକାବେଡା ସରପଞ୍ଚ ଚନ୍ଦ୍ରିକା ମରେଇ, ଦୀନବନ୍ଧୁ ମାଝୀ, ଯୁଗେଶ୍ୱର ନାଗ, ପ୍ରମୁଖ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଦୁ ମରେଇ, ତ୍ରିଲୋଚନ ନାଗ, ପ୍ରେମଲାଲ ପାଣ୍ଡେ, କଶରୁ ନାଗ, ନୀଳେନ୍ଦ୍ରି ପାଣ୍ଡେ, କେଶବ ଗୋପାଳ, ଋଷି ଗୋପାଳ, ଅଭିମନ୍ୟୁ ସିଙ୍ଗ, ଘନ ରାଉତ, ବାବୁଲାଲ ଜଗତ, ରୂପଧର ସୁନାନି ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ମୁଖ୍ୟ ଅତିଥି ବ୍ୟାଟିଂ କରି ପ୍ରତିଯୋଗିତା ଶୁଭାରମ୍ବ କରିଥିଲେ । ଏହି ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଫାଇନାଲ ମ୍ୟାଚ ଆସନ୍ତା ଅପ୍ରେଲ ୨୫ ତାରିଖରେ ଖେଳାଯିବ ବୋଲି ସୂଚନା ମିଳିଛି ।ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଝରିଗାଁ କ୍ରିକେଟ ଦଳ ଏବଂ ଛତିଶଗଡର ଅମଲିପଦର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ନିର୍ଦ୍ଧାରିତ ୧୦ ଓଭର ବିଶିଷ୍ଟ ମ୍ୟାଚରେ ଅମଲିପଦର ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୬ୱିକେଟ ହରାଇ ୧୦୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଝରିଗାଁ ଦଳ ମଣ୍ଟୁଆଙ୍କ (୩୨) ରନ ସହାୟତାରେ ୯.୫ ବଲରେ ୫ ୱିକେଟ ବିନିମୟରେ ଆବଶ୍ୟକ ୧୦୫ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ।ଏହି ମ୍ୟାଚରେ ସର୍ବାଧିକ ୩୨ ରନ ଏବଂ ୨ ଓଭରରେ ୧୫ ବିନିମୟ କରି ୨ ୱିକେଟ ହାସଲ କରିଥିବା ଝରିଗାଁ ଦଳର ମଣ୍ଟୁଆକୁ ତ୍ରିଲୋଚନ ନାଗ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କୃତ କରିଥିଲେ । ପରେ କ୍ଵାଟର ଫାଇନାଲ ମ୍ୟାଚରେ ଝରିଗାଁ ଦଳ ମୁଡ଼ଘେଲମାଲ ଦଳକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ।ଉଦଘାଟନୀ ମ୍ୟାଚରେ ରିଖିରାମ ପାଣ୍ଡେ ଓ ହେମନ୍ତ ସିହ୍ନା ଅମ୍ପାୟର, ପ୍ରକାଶ ପାତ୍ର, ବିଜୟ ସେଠି, ଜୟଦେବ ପାଣ୍ଡେ ଭାଷ୍ୟକାର ଏବଂ କାମିନୀ ରଞ୍ଜନ ପାଣ୍ଡେ ସ୍କୋରର ଦାଇତ୍ୱ ନିର୍ବାହ କରିଥିଲେ । ଅନକାବେଡା କ୍ରିକେଟ ସଂଘର ସଭପତି ଜୟଦେବ ପାଣ୍ଡେଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆନନ୍ଦ, ହେମନ୍ତ, ରିଖି, ସାମନ୍ତ, ଜୟରାମ, କାର୍ତ୍ତିକ, ମଣ୍ଟୁ, ରାହୁଲ, ପ୍ରଶାନ୍ତ, ଜଗତରାମ, ଜଗନ, ରାଜେନ୍ଦ୍ର, ବିସିକେଶନ, ଆକାଶ, ଦୁରେଶ, ଭିବିସିଙ୍ଗ ଏବଂ ସଙ୍ଘର ସଦସ୍ୟ ମାନେ ଖେଳ ପରିଚାଳନା କରିଥିଲେ ।