ନର୍ଲା ମାଟିରୁ ଆରମ୍ଭ ହୋଇଛି କଳାହାଣ୍ଡିର ଜୟଯାତ୍ରା

ସାହିତ୍ୟ ନାଟକ କଳା ପରିଷଦ ରେଖପୁରର ୨୩ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମାଟି କଳାହାଣ୍ଡି କଳା ସଂସ୍କୃତିକୁ ନୂତନ ଦିଗଦର୍ଶନ ପ୍ରଦାନ କରିଛି । ଏହି ମାଟି କଳାହାଣ୍ଡି କଳା ସଂସ୍କୃତି, ପ୍ରାଚୀନ ପରମ୍ପରା ଓ ଐତିହାସିକ ପୃଷ୍ଠଭୂମିକୁ ପରିପୃଷ୍ଟ କରାଇବାରେ ସହାୟକ ହୋଇଛି । ମହାକାନ୍ତାର ସଭ୍ୟତାର ଅଂଶ ବିଶେଷ ତଥା କାରୁଣ୍ୟ ମଣ୍ଡଳ, ଇନ୍ଦ୍ରବଣ, ଚକ୍ରକୋଟ ମଣ୍ଡଳ, କଳା ମଣ୍ଡଳ, କମଳ ମଣ୍ଡଳ, ଅସୁରଗଡ ସଭ୍ୟତାର ଏହି ପବିତ୍ର ମାଟିରୁ ଆରମ୍ଭ ହୋଇଛି କଳାହାଣ୍ଡିର ଜୟଯାତ୍ରା ବୋଲି ନର୍ଲା ବ୍ଲକ ରେଖପୁର ସ୍ଥିତ ସାହିତ୍ୟ ନାଟକ କଳା ପରିଷଦର ୨୩ତମ ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ପଦ୍ମଲୋଚନ ଭୋଇଙ୍କ ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ ୨୦୨୨ର ଏହି ସମାରୋହ ତାଙ୍କ ପ୍ରତି ସମର୍ପିତ ହୋଇଥିଲା । ରେଖପୁର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ମାଁ ମାଣିକେଶ୍ଵରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଳାହାଣ୍ଡି ଜିଲ୍ଲା ବିଜେଡି ଉପସଭାପତି ଚିତ୍ତରଞ୍ଜନ ମଣ୍ଡଳ, କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ବିବେକ ସେନା ଅଧ୍ୟକ୍ଷ ଶିବରାମ ନାଏକ, ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ନିଶାଣପୁର ସରପଞ୍ଚ ମନୋଜ କୁମାର କରୁଆଁ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ, କୁଣାବନ୍ଧ ସମିତି ସଭ୍ୟ ମନୋଜ କୁମାର ପଟ୍ଟନାୟକ, ଓଏସଏଫଇ କର୍ମଚାରୀ ତ୍ରିଲୋକ୍ୟ ହରପାଲ, ଶାନ୍ତପୁରର ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । ଯାଜ୍ଞସେନ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷାବିତ ଶରତ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

ଏହି ଅବସରରେ ସାମ୍ବାଦିକ ତଥା ପ୍ରବଚକ ମନୋଜ କୁମାର ଷଡଙ୍ଗୀ, କଳାହାଣ୍ଡି ଓଟିଭି ପ୍ରତିନିଧି ରାଜ କୁମାର ସିଂଦେଓ, ଆକାଶବାଣୀ ଭବାନୀପାଟଣାର ହିନ୍ଦୀ ଅଧିକାରୀ ହରେକୃଷ୍ଣ ଭୋଇ, ଯୁବ ସାହିତ୍ୟିକ ଡିଲେଶ୍ବର ରଣା, ଆଶାକର୍ମୀ ଶାନ୍ତି ମାଝୀ, କବି ମୋହନ ଭଟ୍ଟ, ଶିକ୍ଷାବିତ୍ ତଥା କବି  ମଧୁସୂଦନ ରାଉତ, କଳାକାର ସଦନ ପ୍ରଗଣିଆ, ଓମପ୍ରକାଶ ମାଝୀଙ୍କ ସମେତ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଦିନବେଳା କବି ସମ୍ମିଳନୀ ଓ ବିଭିନ୍ନ ପର୍ଯ୍ୟାୟରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା । ଏଥିରେ ଅତିଥି ଭାବେ ନାଟ୍ୟକାର ତଥା ମାଉଣ୍ଟେନ ସ୍କୁଲ ନର୍ଲା ଅଧ୍ୟକ୍ଷ ନବୀନ ଦାଶ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ଆଇନଜୀବୀ ସଞ୍ଜୟ ଧଙ୍ଗଡାମାଝୀ, ଗବେଷକ ମେଦିନୀଧର ଜାନୀ, ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡତିଆ, ବାଗପୁର ସରପଞ୍ଚ ଗୋପାଳ ହାତୀ, କବି ମୋହନ ଭଟ୍ଟ, ସାହିତ୍ୟିକ ଯୁଗଳ କିଶୋର ଷଢଙ୍ଗୀଙ୍କ ସମେତ ଅନେକ ବରେଣ୍ୟ ଅତିଥି ଯୋଗ ଦେଇଥିଲେ । ଏହି ଅବସରରେ ସ୍ବର୍ଗତ ପଦ୍ମଲୋଚନ ଭୋଇଙ୍କ ସ୍ମୃତିରେ ପଦ୍ମ ମାର୍ଗ ଉନ୍ମୋଚିତ ହୋଇଥିଲା । ସାହିତ୍ୟ ନାଟକ କଳା ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ଉପସଭାପତି ନିଳକଣ୍ଠ ଦଣ୍ଡସେନା, ସାଧାରଣ ସମ୍ପାଦକ ଗୋକୁଳ ଚନ୍ଦ୍ର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଦିନିକିଆ କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ସାଂସ୍କୃତିକ ଦଳ ଦ୍ଵାରା ଘୁମୁରା, ସଞ୍ଚାର, ବଜାଶାଲ ଆଦି ବିବିଧ କଳା ପରିବେଷିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.