ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଓ ନଗରପରିକ୍ରମା

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଜିଲ୍ଲା ତଥା ଜିଲ୍ଲା ବାହାରେ ବହୁ ପ୍ରସିଦ୍ଧ ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ପାଇକପଡ଼ାର ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ପୂର୍ଣ୍ଣାହୂତି ହେଇଯାଇଛି । ଆଜି ଶେଷ ଦିବସରେ ରାବଣ ବଧ ପରେ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ସହିତ ନଗର ପରିକ୍ରମା କରାଯାଇଛି । ପାଇକପଡ଼ା ସ୍ଥିତ ଶ୍ରୀରାମ ମନ୍ଦିରର ପ୍ରଭୂଙ୍କ ବିମାନ ସହିତ ରାମ, ସୀତା ଓ ଲକ୍ଷ୍ମଣ ବେଶରେ କଳାକାରମାନେ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରିଥିଲେ । ସାରା ନଗରରେ ପ୍ରଭୂଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସୁସଜ୍ଜିତ ରଥରେ ରାମବେଶରେ ଅମନ ରାୟଗୁରୁ, ଲକ୍ଷ୍ମଣ: ଶାଶ୍ୱତ ଦଣ୍ଡିଆ, ସୀତା: ରମେଶ ସାହୁ, କୁଳଗୁରୁ ବଶିଷ୍ଠ: ଡ଼ମ୍ବରୁଧର ଭୋଇ, ପର୍ଶୁରାମ: ମହେନ୍ଦ୍ର ଭଏଁସାଲ୍, ହନୁମାନ: ଅଜିତ ସିଂ ପ୍ରମୁଖ ବେଶ ହେଇ ନଗରପରିକ୍ରମା କରିଥିଲେ । ନାଟକର ଲେଖକ, ନିର୍ଦ୍ଦେଶକ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୀବେଶ କୁମାର ପଣ୍ଡା, ସଂପାଦକ ବୀରେନ୍ଦ୍ର ରଥ, ସାଂସ୍କୃତିକ ସଂପାଦକ ଜୟନ୍ତ କୁମାର ନାୟକ, ଶ୍ରୀପତି ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଜ୍ୟାଭିଷେକ ତଥା ନଗରପରିକ୍ରମାରେ ଅନୁଷ୍ଠାନର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.