ଜୁନ୍ ୫ରେ ହେବ କେନ୍ଦ୍ରାପଡ଼ା ଜିଲ୍କା ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସଭା 

ଓଡ଼ିଆ ବାର୍ତ୍ତା/ କେନ୍ଦ୍ରାପଡ଼ା: ଗରାପୁରସ୍ଥିତ ଯାଦବ ମହାସଭା କାର୍ଯ୍ୟାଳୟ ଠାରେ କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଆଡ଼ଭୋକେଟ କୁଳମଣି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲାର ସାଙ୍ଗଠନିକ କାର୍ଯ୍ୟକ୍ରମ ସହିତ ଗତ ତ୍ରିସ୍ତରୀୟ ନିର୍ବାଚନରେ ନବ ନିର୍ବାଚିତ ଯାଦବ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଆସନ୍ତା ଜୁନ ମାସ ୫ ତାରିଖ ଦିନ ମହାକାଳପଡ଼ା ବ୍ଲକର କିଆରବାଙ୍କ ଠାରେ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହିତ ଜିଲ୍ଲାସ୍ତରୀୟ ଯାଦବ ସମାବେଶ କରାଯିବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଛି । ଏହି ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପରିଡା, ସାଧାରଣ ସମ୍ପାଦକ ପ୍ରଭାକର ପଳାଇ, ଉପସଭାପତି ଚିନ୍ମୟୀ ଦାସ, ମନୋଜ ପରିଡା ସମେତ ସର୍ବ ଭାରତୀୟ ସ୍ତରୀୟ ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ଯୋଗଦେଇ ସଂଗଠନକୁ ମଜଭୁତ କରିବାକୁ ମିଳିମିଶି କାର୍ଯ୍ୟକ୍ରମ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହର ସଭାପତି ଅଜୟ ଦାସ, ଶେଖର ଚନ୍ଦ୍ର ବାରିକ, ପ୍ରଦୀପ ମହାପାତ୍ର, ଚୈତ୍ୟ ଦାସ, ଯଦୁମଣି ନାୟକ, ଶ୍ରୀନିବାସ ପ୍ରଧାନ, ଶିଶିର ପରିଡା, ଅଙ୍କୁର ପଳାଇ ପ୍ରମୁଖ ଯୋଗଦେଇ ସଂଗଠନକୁ ବଳିଷ୍ଠ କରିବା ପାଇଁ ଶପଥ ନେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.