ସାମ୍ବାଦିକ ତଥା ସମାଜସେବୀ ପ୍ରଭାତ କୁମାର ମଲ୍ଲିକଙ୍କ ମାତୃ ବିୟୋଗ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ବାରଦା ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚପଡା ଗ୍ରାମର ସାମ୍ବାଦିକ, ଦକ୍ଷ ସଂଗଠକ, କବି ତଥା ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ସହ ସମ୍ପାଦକ ପ୍ରଭାତ କୁମାର ମଲ୍ଲିକଙ୍କ ମାଆ ବେଙ୍ଗଲତା ମଲ୍ଲିକ(୮୨)ଙ୍କ ରବିବାର ରାତିରେ ପରଲୋକ ଘଟିଛି । ସେ ଜଣେ ସ୍ନେହୀ ଓ ଧର୍ମ ପରାୟଣା, ମିଷ୍ଟଭାଷୀ ମହିଳା ଥିଲେ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ସୋମବାର ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସାନ ମଝିଆ ପୁଅ କେଦାରନାଥ ମୁଖାଗ୍ନି ଦେଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ମଝିଆ ପୁଅ ଉପେନ୍ଦ୍ର, ଝିଅ, ଜ୍ୱାଇଁ, ଚାରି ବୋହୁ, ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ବେଙ୍ଗଲତାଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ରେଲୱେ କର୍ମଚାରୀ ଦୁର୍ଯ୍ୟୋଧନ ମଲ୍ଲିକ ଏବଂ ବଡ଼ପୁଅ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବିପିନ ବିହାରୀ ମଲ୍ଲିକଙ୍କ କିଛି ଦିନ ତଳେ ପରଲୋକ ଘଟିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.