ଝାରବନ୍ଧ ଗ୍ରାମପଞ୍ଚାୟତରେ ପିଡିଏସ ଚାଉଳ ହଡପ ଅଭିଯୋଗ

ଉଚ୍ଚସ୍ତରୀୟ ତଦନ୍ତ ଦାବୀ କଲେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ

ସିନାପାଲି ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ, ସପ୍ତାହ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଧ ଗ୍ରାମପଞ୍ଚାୟତରେ ପିଡିଏସ ଚାଉଳ ହଡପ ହୋଇଥିବା ଅଭିଯୋଗ ନେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସିନାପାଲି ବିଡିଓ ସଦାଶିବ ନାଏକଙ୍କ ଜରିଆରେ ନୂଆପଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କୁ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର ଦାବୀ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଝାରବନ୍ଧ ଗ୍ରାମପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ତଥା ସୀମାନ୍ତ ଅଞ୍ଚଳ ଅଟେ। ଏଠାରେ ଗରୀବ ନିରୀହ ଜନସାଧାରଣ ପିଡିଏସ ଚାଉଳ ଉପରେ ନିର୍ଭରଶୀଳ କରିଥାଆନ୍ତି। କିନ୍ତୁ ଗରୀବ ଶ୍ରେଣୀର ଲୋକଙ୍କ ଚାଉଳକୁ ହଡପ କରି ଚାଉଳ ବଦଳରେ କିଲୋଗ୍ରାମ ପିଛା ୧୦ ଟଙ୍କା ହିସାବରେ ହିତାଧିକାରୀ ମାନଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା ଘଟଣା କେତେଦୂର ଯୁକ୍ତି ଯୁକ୍ତ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଏହା ବ୍ୟତୀତ ଗୋଦାମ ଗୃହରେ ଚାଉଳ ନ ରଖି ବାହାରେ ଏକ ଆବାସ ଗୃହରେ ଚାଉଳ ରଖିବା, ସେହିପରି ପଞ୍ଚାୟତ କୁ ୨୦୨୧- ୨୨ ଓ ୨୦୨୨- ୨୩ ମସିହାରେ ଆସିଥିବା ସାମଗ୍ରୀ ର ଷ୍ଟକ ରେଜିଷ୍ଟର ଓ ଏଲଟ୍ମେଣ୍ଟ ଠିକ୍ ହିସାବରେ ଯାଞ୍ଚ କରାଯାଉ, ଯାଞ୍ଚରେ ଅବହେଳା ଅଧିକାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା, ତଳିଆ କର୍ମଚାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯେପରି ବଡ଼ ବଡିଆ ଅଧିକାରୀ ଖସି ନ ଯାଆନ୍ତୁ ସେଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସମେତ ପୂର୍ବରୁ ଘଟିଥିବା ଚାଉଳ ଓ କିରୋସିନି ଘୋଟାଲା ଭଳି ନ ହେବାକୁ ଦାବୀ ପତ୍ର ରେ ଦର୍ଶାଇଛନ୍ତି। ଏହାର ବିଧି ବଦ୍ଧ ଭାବରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଗଲେ ବିରାଟ ଆନ୍ଦୋଳନ ସାଙ୍ଗକୁ ବ୍ଲକ ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.