ପ୍ରତି ସୋମବାର ଗୋ ଚାଲାଣ ବେଳେ ନର୍ଲାରେ ଟ୍ରାଫିକ୍ ସମସ୍ୟା : ସମାଧାନ ନେଇ ଦାବୀପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଭାନପୁର ଗ୍ରାମ ପଞ୍ଚାୟତର ବାଲିପଡା ଏକ ବଡ ଗୋରୁ ମାର୍କେଟ । ଏହା ଆଜିକାର ମାର୍କେଟ ନୁହଁ । ଦୀର୍ଘ ୨୦ ବର୍ଷ ଧରି ଆରଏମସି ତରଫରୁ ପ୍ରତି ସୋମବାର ଦିନ ଚାଲି ଆସୁଛି ସାପ୍ତାହିକ ଗୋରୁ ବଜାର । ରାୟଗଡା ଓ ମୁନିଗୁଡାର ବ୍ୟବସାୟୀ ମାନେ ହଜାର ହଜାର ସଂଖ୍ୟାରେ ଗୋରୁ କିଣି ଭୁବନେଶ୍ୱର – ଭବାନୀପାଟଣା ମୁଖ୍ୟ ରାଜରାସ୍ତା ଦେଇ ଗୋରୁ ମାନଙ୍କୁ ଚଲେଇ ଚଲେଇ ନେଇଯାଇଥାନ୍ତି ରାୟଗଡା । ବାଲିପଡାରୁ ନର୍ଲା ୧୦ କି.ମି ରାସ୍ତା ପ୍ରତି ସୋମବାର ଦିନ ହଜାର ହଜାର ସଂଖ୍ୟାରେ ଗୋରୁପଲଙ୍କୁ ରାସ୍ତା କଭର କରି ନିଆଯାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଗାଡି, ମୋଟର, ବାଇକ ସବୁ ରାସ୍ତାରେ ଯିବା ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଦିନ ୧୦ ରୁ ଅପରାହ୍ନ ୨ ଟା ଯାଏଁ ଗୋରୁପଲ ଭିଡ ଯୋଗୁଁ ଏଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ ।ଛାତ୍ର ଛାତ୍ରୀ ଓ ସ୍କୁଟି ଯୋଗେ ଯାଉଥିବା କର୍ମଜୀବୀ ମହିଳା ମାନେ ଗୋରୁ ଟ୍ରାଫିକ ସମସ୍ୟା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ବାରମ୍ବାର ପ୍ରଶାସନକୁ ଏନେଇ ସ୍ଥାନୀୟ ଲୋକେ ଜଣାଇଲେ ମଧ୍ୟ କୌଣସୀ ସୁଫଳ ମିଳୁନାହିଁ । ଏଣୁ ନର୍ଲାକୁ ନୂତନ ଭାବରେ ଆସିଥିବା ଭାରପ୍ରାପ୍ତ ଥାନାଧିକାରୀ ଡିଏସପି ସମ୍ବିତ କୁମାର ମାଝୀଙ୍କୁ କଳାହାଣ୍ଡି ଏମପି ବସନ୍ତ ପଣ୍ଡାଙ୍କ ନର୍ଲା ପ୍ରତିନିଧି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ, ନର୍ଲା ନାଏବ ସରପଞ୍ଚ, ଯୁବ କଂଗ୍ରେସ ନର୍ଲା ସଭାପତି ଦୀପୁ ପାତ୍ର, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ରଞ୍ଜନ କୁମାର ମହାନ୍ତି, ଶୁଭମ ରୋହିଲା ପ୍ରମୁଖ ସମେତ ନର୍ଲା ଜନ ସାଧାରଣ ଓ ଯୁବ ଗୋଷ୍ଠୀ ଡିଏସପି ଶ୍ରୀ ମାଝୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରି ନର୍ଲା ରାଜରାସ୍ତାରେ ଗୋରୁ ଟ୍ରାଫିକ୍ ସମସ୍ୟା ସମାଧାନ ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ନର୍ଲାରେ ଘରେ ଘରେ ବିକ୍ରୟ ହେଉଥିବା ମଦ ବ୍ୟବସାୟ ଓ ଗୋରୁ ଟ୍ରାଫିସ୍ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ଡିଏସପି ଶ୍ରୀ ମାଝୀ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.