ଜନ୍ମରୁ ସ୍କୁଲ ଯାଇନଥିବା ଝିଅଙ୍କୁ ନେଇ ସ୍କୁଲରେ ନାମ ଲେଖାଇଲେ ସମାଜସେବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମସ୍ତ ଶିଶୁ କିପରି ବିଦ୍ୟାଳୟରେ ପଢିବେ, କେମିତି କେହି ଶିକ୍ଷରୁ ବଂଚିତ ନହେବେ ତାହାକୁ ନେଇ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ତଥାପି ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଆଜି ମଧ୍ୟ ଅନେକ ଶିଶୁ ପାଠ ପଢ଼ିବାରୁ ବଂଚିତ ଅଛନ୍ତି । ଏହିପରି ଏକ ଘଟଣା ଭବାନୀପାଟଣା ବ୍ଲକ ତିଳଯୋଡି ଗାଁ ରେ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାଇ ଗାଁର କଲେଶ୍ୱର ଶବରଙ୍କ ଝିଅ ଡ଼ମେନ ଶବର ଜନ୍ମରୁ ସ୍କୁଲର ପାଦ ମାଡ଼ିନଥିଲେ । ତାଙ୍କର ମା ଙ୍କର ଦେହାନ୍ତପାରେ ଘରର ଅସୁବିଧା ହେତୁ ସେ ଘର କାମ ସହ ଘରେ ହିଁ ରହୁଥିଲେ । ପିତାଙ୍କ ଦେହ ମଧ୍ୟ ସବୁବେଳେ ଠିକ ନଥିବାରୁ ସେ ସ୍କୁଲ ଯାଉନଥିଲେ । ସେ ମଧ୍ୟ ସ୍କୁଲ ଯିବାପାଇଁ ଚାଁହୁଥିଲେ କିନ୍ତୁ ଅର୍ଥ ଓ ପାରିବାରିକ ସମସ୍ୟା ପାଇଁ ସ୍କୁଲ ଯାଇପାରୁନଥିଲେ । ତାଙ୍କର ମୁଖ୍ୟ ସମସ୍ୟା ଥିଲା ବୟସ ଅଧିକ ହେତୁ ପୁଣିଥରେ ପ୍ରଥମରୁ ପଢିଲେ ଲୋକେ କଣ କହିବେ କହି ମଧ୍ୟ ସ୍କୁଲ ଯାଉନଥିଲେ । ଏହି ସମସ୍ୟା ବିଷୟରେ ଗତ କିଛିଦିନ ତଳେ ସମାଜସେବୀ ଯଶୋବନ୍ତ ରଣାଙ୍କ ନଜର ପଡିଥିଲା । ସେ ତାଙ୍କ ପିତାଙ୍କ ପାଖକୁ ଯାଇ ଝିଅକୁ ପଢେଇବା ପାଇଁ କହିଥିଲେ । ପ୍ରଥମେ ସେ ଅନିଚ୍ଛା ପ୍ରକାଶ କରୁଥିଲେ କରଣ ଝିଅର ବୟସ ଅଧିକ ଓ ସେ ପ୍ରଥମ ଶ୍ରେଣୀରୁ କିପରି ପଢିବ । ପରେ ସମାଜସେବୀ ଯଶୋବନ୍ତ ରଣା ଭବାନୀପାଟଣା ବିଇଓଙ୍କୁ ବୟସ ଅନୁଯାଇ ନାମ ଲେଖେଇବାକୁ ଅନୁରୋଧ କରିଥିଲେ । ବିଇଓଙ୍କ ନିର୍ଦ୍ଦେଶ ପରେ ଗଣ୍ଡବାରଝୋଲା ସରପଞ୍ଚ ମୁରଲି ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କୁ ଚତୁର୍ଥ ଶ୍ରେଣୀରେ ତିଳଯୋଡି ପ୍ରାଥମିକ ବିଦ୍ୟାଳୟରେ ଆଡ଼ମିସନ କରାଗଲା । ଡମେନ ଶବର ଏବେ ପ୍ରତିଦିନ ସ୍କୁଲ ଯିବି ବୋଲି କହୁଛନ୍ତି । ସମାଜସେବୀଙ୍କ ଏହିପରି ପ୍ରୟାସକୁ ଗ୍ରାମବାସୀ ସାଧୁବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.