ଡାକ୍ତର ବସନ୍ତ ଷଡଙ୍ଗୀ ପାଇଲେ ମହାବିଷୁବ ସମ୍ମାନ-୨୦୨୨

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡିର ନାଲକୋ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ରାଷ୍ଟ୍ରଦୀପ ପ୍ରଚାର ସମିତି ଦ୍ୱାରା “୨୯ ତମ ମହାବିଷୁବ ମିଳନ ଓ ସାରସ୍ୱତ ସମାରୋହ -୨୦୨୨” ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିଲେ। କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ, ନାଲକୋ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶୀଲ କୁମାର ପାଢୀ ସମ୍ମାନିତ ଅତିଥି ଭାବେ ଏବଂ ରାୟପୁର ସ୍ଥିତ କୁଶାଭାଇ ଠାକରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବଳଦେବ ଭାଇ ଶର୍ମା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ରାଷ୍ଟ୍ରଦୀପ ପ୍ରଚାର ସମିତିର ସଭାପତି ପୁରୁଷୋତ୍ତମ ମହନ୍ତଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଡାକ୍ତର ବସନ୍ତ କୁମାର ଷଡଙ୍ଗୀଙ୍କ ଲିଖିତ ଭାରତୀୟ ମୌଳିକ ଚିକିତ୍ସା ଶାସ୍ତ୍ରର ଲୋକପ୍ରିୟ କରାଇବା ନିମନ୍ତେ ଗବେଷଣାତ୍ମକ ଆୟୁର୍ବେଦ ଚିକିତ୍ସା ସମ୍ବନ୍ଧୀୟ ବିଭିନ୍ନ ଲେଖା ରାଷ୍ଟ୍ରଦୀପ ପତ୍ରିକାରେ ଏବଂ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଆସିଛି। ସ୍ବାସ୍ଥ୍ୟ ସେବା ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ “ରାଷ୍ଟ୍ରଦୀପ ପ୍ରଚାର ସମିତି” ଙ୍କ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ବସନ୍ତ ଷଡ଼ଙ୍ଗୀଙ୍କୁ “ସମ୍ବର୍ଦ୍ଧନା ଓ ମାନପତ୍ର” ସହ “୨୯ତମ ମହାବିଷୁବ ସମ୍ମାନ-୨୦୨୨” ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.