ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳା, ସଂସ୍କତି, ସାହିତ୍ୟ, ପରମ୍ପରା ଓ ସାମାଜିକ ଦୃଷ୍ଟିକୋଣରୁ ସମୃଦ୍ଧ ଜୁନାଗଡ ବ୍ଲକ ମଥୁରା ମାଟିରେ ରାଧାକୃଷ୍ଣ ସଙ୍ଗୀତ ବିଦ୍ୟାଳୟର ଶୁଭ ସ୍ଥାପନ ହେଇଯାଇଛି। ଗୁରୁ ଶ୍ରୀ ନରେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାଧାକୃଷ୍ଣ କ୍ଲବ ସଭାପତି ସନାତନ ପଣ୍ଡା, ବରିଷ୍ଠ ସଦସ୍ଯ ଭାଗୀରଥି ପଣ୍ଡା, ବ୍ରୁନ୍ଦାବନ ପଣ୍ଡା, ପବିତ୍ର ମୋହନ ପାଢ଼ୀ, ଗୋପାଳ କୃଷ୍ଣ ଅଗସ୍ତି, ଶ୍ୟାମସୁନ୍ଦର ପାଢୀ, ହେମନ୍ତ ପଣ୍ଡା, ବିକାଶ ପଣ୍ଡା ଏବଂ ଉଦୀୟମାନ ବାଦ୍ୟ ଶିଳ୍ପୀମାନେ ଉପସ୍ଥିତ ଥିଲେ । ଏ ସମସ୍ତଙ୍କ ସହଯୋଗରେ ମଇ ୧ ତାରିଖ ଠାରୁ ସଂଗୀତ ବିଦ୍ୟାଳୟ ଆରମ୍ଭ ହୋଇ ଜୁନାଗଡ ତଥା ମଥୁରା ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।