ସୋସିଆଲ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି,୧୭/୧୧:
କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ର ଆହ୍ୱାନ୍ କ୍ରମେ ଓ ସ୍ବାମୀ ବିବେକାନନ୍ଦ ଯୁବକ ସଂଗଠନର ସହଯୋଗରେ ଆଜି ସର୍ବ ମଙ୍ଗଳା ମହାବିଦ୍ୟାଳୟ ଗୋଲାମୁଣ୍ଡାରେ ରକ୍ତଦାନକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କଲେଜର ଛାତ୍ର ଛାତ୍ରୀଙ୍କୁ ପ୍ରଚାର ପତ୍ରିକା ବଣ୍ଟନ କରିବାସହ ସତେଚନ କରାଯାଇଥିଲା । ଉପସ୍ଥିତ ଅତିଥି ବୃନ୍ଦ ରକ୍ତ ଦାନ ର ମହତ୍ବ , ଏହାର ଉପକାରିତା ବିଷୟରେ ବୁଝାଇ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ ।

ସୋସିଆଲ ଅକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନର ସଭାପତି ନବୀନ କୁମାର ସା ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରଥିବାବେଳେ ରେଡ୍ କ୍ରସ୍ ର ସଦସ୍ୟ  ଗୋବିନ୍ଦ ସାହୁ, ଚପ୍ରିଆ ସିଏଚସିର ଅବନା ଭୋଇ , ଦାମୋଦର ଦାସ , ଏନୱାଇକେଏସ ସଦସ୍ୟ ମନୋଜ କୁମାର ସାହୁ , ଏସଭିୱାଇଏସ ଉପେନ୍ଦ୍ର ସିପକା , ରାଜେଶ୍ ଅଗ୍ରୱାଲ ଏବଂ ସୋସିଆଲ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର ଉପସଭାପତି ମହେଶ୍ୱର ସୁନାନୀ , ଅସିତ୍ କୁମାର ସାହୁ ,ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.