କଳାହାଣ୍ଡି, ୧୭ା୧୧: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ବିଶ୍ୱନାଥପୁର ସରକାରୀ କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ତଥା ଲାଞ୍ଜିଗଡ଼ ମଣ୍ଡଳ ସମୂହ ସୌଜନ୍ୟରେ ଆୟୋଜିତ ହେବାକୁଥିବା ଉକ୍ତ ଉତ୍ସବ ଅବସରରେ ସୁବର୍ଣ୍ଣ ଜୟନ୍ତୀ ବିଶେଷାଙ୍କ ‘ସୁବର୍ଣ୍ଣା’ ପ୍ରକାଶ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ଉପଦେଷ୍ଟା ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକଙ୍କୁ ରଖାଯାଇଥିବା ବେଳେ ସଂପାଦକ ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କାଶୀନାଥ ରାଉତରାୟ, ସହ-ସଂପାଦକ ଭାବେ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ତପନ ଭୋଇଙ୍କ ନାମ ସ୍ଥିରୀକୃତ ହୋଇଥିଲା ।
ପତ୍ରିକା ପାଇଁ ଶିକ୍ଷା, ଶିଶୁ ଓ ବିଦ୍ୟାଳୟ ସମ୍ପର୍କିତ ଗଳ୍ପ, କବିତା, ପ୍ରବନ୍ଧ, ଅନୁଭୂତି, ଫିଚର୍ ଆଦି ଶ୍ରୀ କାଶୀନାଥ ରାଉତରାୟ, ସଂପାଦକ ‘ସୁବର୍ଣ୍ଣା’, ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ, ବିଶ୍ୱନାଥପୁର, ଲାଞ୍ଜିଗଡ଼, କଳାହାଣ୍ଡି, ମୋବାଇଲ୍: ୯୯୩୮୪୦୭୩୧୨, ଇମେଲ୍: brcclanjigarh@gmail.com ଠିକଣାରେ ଡିସେମ୍ବର ୫ ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରାଯାଇଛି ।
ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ସାହୁଙ୍କ ସମେତ ସିଆରସିସି ଗଣେଶ୍ୱର ଠେଲା, ନଗେନ୍ଦ୍ରନାଥ ପଟ୍ଟନାୟକ, ରାଧାମାଧବ ରଥ, ପ୍ରଭାତ କୁମାର ପାଠୀ, ସନ୍ତୋଷ ଦାସ, ବୈଶାଖୁ ନାଏକ, ଜି.ଶଙ୍କର ଦାସ, ଲବ ଦୁର୍ଗା, ମହେଶ୍ୱର ନାୟକ, ହେମସାଗର ପ୍ରଧାନୀ, ଗୌତମ ଦଣ୍ଡସେନା, ପ୍ରଜ୍ଞା ପ୍ରଭାସିନୀ, ମିନତୀ ରାଉତ, ଅର୍ଚ୍ଚନା ମିଶ୍ର, ନଳିନୀ ଥଣ୍ଡା, ବିଜୟ ଦଣ୍ଡସେନା, ଗୋଦାବରୀଶ ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ରବି ରଥ, ଶୁଭ ଥାପ୍ପା, ଯଶୋଦା ମାଲବିଶୋଇ, ପ୍ରମୋଦ କୁମାର ମହାନ୍ତି, ସହ-ସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ତପନ ଭୋଇଙ୍କ ସମେତ ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ପୁରାତନ ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।