ଗଞ୍ଜେଇ ଚୋରା ଚାଲାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା କାର୍: ୩ଆହତ, ଗଞ୍ଜେଇ ଜବତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଁ ନେଉନାହିଁ। ବିଭିନ୍ନ ଉପାୟରେ ଏହି ନିଷିଦ୍ଧ ଦ୍ରବ୍ୟ କାରବାର କରୁଛନ୍ତି ଗଞ୍ଜେଇ ମାଫିଆ। ଆଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏବଂ ଏଥିରେ ଥିବା ୩ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ଗଞ୍ଜେଇ ଜବତ ହୋଇଛି। ସୂଚନା ଅନୁସାରେ, କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ କିନେରକେଲା ବ୍ରିଜ ନିକଟରେ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଧରାପଡିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଅନ୍ୟପଟେ ଏହି ଘଟଣାରେ ଜଣେ ମହିଳା ଓ ୨ଜଣ ଯୁବକ ଗୁରୁତର ଆହତ ହୋଇ କେସିଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଗତ କିଛିଦିନ ମଧ୍ୟରେ ଲଗାତାର ଭାବରେ କେସିଙ୍ଗା ପୋଲିସ ଦ୍ବାରା ଏହିଭଳି ଚୋରା ଗଞ୍ଜେଇ ଜବତ ହେଉଛି। କୋରାପୁଟରୁ ଉତ୍ତରପ୍ରଦେଶକୁ ଏହି ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ ହୋଇଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.