ଦୁର୍ଗମ ଝୋଲାପଡା ଗ୍ରାମରେ ଅପହଞ୍ଚ ମୌଳିକ ସୁବିଧା

ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା ସ୍ୱାସ୍ଥ୍ୟ ସେବା ସାତ ସପନ: ପ୍ରଶାସନ ଦୃଷ୍ଟି ଦିଅନ୍ତୁ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମାଓ ଅଧ୍ୟୁଷିତ ଘାଟମାଳ ଗ୍ରାମପଞ୍ଚାୟତର ଝୋଲାପଡା ଗ୍ରାମରେ ଆଜି ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜିବି ଗ୍ରାମକୁ ଯିବା ପାଇଁ ପିଚୁ ରାସ୍ତା ଟିଏ ହୋଇପାରି ନାହିଁ। ଫଳରେ ଗ୍ରାମର ଜନସାଧାରଣ ପାହାଡ ପଥୁରିଆ ବନ୍ଧୁର ରାସ୍ତା ଉପରେ ନିର୍ଭରଶୀଳ ହେଉଛନ୍ତି। ଦୀର୍ଘ ପାହାଡ, ଝରଣା ନାଲ ପାରି ହୋଇ ପଞ୍ଚାୟତ କାର୍ଯ୍ୟଳୟକୁ ଯିବାଆସିବା କରୁଛନ୍ତି। ବର୍ଷା ଦିନେ ଏମାନଙ୍କ ସମସ୍ୟା ଆହୁରି ଦ୍ଵିଗୁଣିତ ହୋଇଯାଏ। ଅନ୍ଧାରୀ ମୂଳକରେ ବସବାସ କରୁଥିବା ଆଦିମ ଜନଜାତି ପହରିଆ ମାନେ କେଉଁ ଆଦିମ ଯୁଗରୁ ରହି ଆସୁଛନ୍ତି। ହେଲେ ସରକାରୀ ଯୋଜନା କ’ଣ ପାଇଁ ଆଜି ବି ଅପହଞ୍ଚ ହୋଇ ରହିଛି ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗ୍ରାମର ଜନସାଧାରଣ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକରୁ ବଞ୍ଚିତ ରହିଛନ୍ତି। ୨୦୧୫ ମସିହାରେ ସୋଲାର ଲାଇଟ ଏଠାରେ ଦିଆଯାଇଥିଲା। ହେଲେ କିଛି ଦିନ ଚାଲିବା ପରେ ଦୀର୍ଘ ବର୍ଷ ପରେ ମରାମତି ଅଭାବରୁ ନଷ୍ଟ ହୋଇ ସାରିଲାଣି। ସେହିପରି ଗ୍ରାମରେ ପାନୀୟ ଜଳ ସମସ୍ୟା କଥା ନ କହିବା ଭଲ। ସେଠାରେ ଗ୍ରାମର ଲୋକେ ବାରମ୍ବାର ଅଭିଯୋଗ ପରେ ନଳକୂପ ଟିଏ ଖନନ କରାଯାଇଛି ହେଲେ ସେଥିରୁ ପଥର ଗୁଣ୍ଡ ମିଶା ପାଣି ବାହାରୁଛି ଫଳରେ ସ୍ଥାନୀୟ ଏକ ଝରଣାରୁ ପାନୀୟ ଜଳ ସଂଗ୍ରହ କରି ନିତ୍ୟ ବ୍ୟବହାର୍ଯ୍ୟ କରି ଜୀବନ ଧାରଣ କରୁଛନ୍ତି। ଗ୍ରାମରେ ଆଜିବି ଶିକ୍ଷା, ସ୍ୱାସ୍ଥ୍ୟ କଣ ଲୋକେ ଜାଣି ନାହାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗ୍ରାମର ଅଧିକାଂଶ ଲୋକ ଆଜିବି ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ କିମ୍ବା ଟୀକାକରଣ ବିଷୟରେ ଅଜ୍ଞ ଅଟନ୍ତି। ଏ ସମ୍ପର୍କରେ ପଚାରିଲେ ଆମକୁ ଅଙ୍ଗନୱାଡ଼ି କେନ୍ଦ୍ରରୁ କିଛି ବି ସେବା ମିଲେନି। ଏପରିକି ଶିଶୁ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପୁଷ୍ଟିକର ଖାଦ୍ୟ ଆମେ ଜାଣିନୁ ବୋଲି ଗ୍ରାମର ପହରିଆ ମାନେ ପ୍ରକାଶ କରିଛନ୍ତି। ଗ୍ରାମକୁ ଯିବାପାଇଁ ଭଲ ରାସ୍ତା ଟିଏ ନ ଥିବାରୁ ଆମ୍ବୁଲାନ୍ସ ଆସିପାରେନି। ମୋବାଇଲ ସେବା ଅପହଞ୍ଚ ରହିଥିବାରୁ ପଡୋଶୀ ରାଜ୍ଯ ଛତିଶଗଡ଼ର ଅମଲି ଗାଁକୁ ଯାଇ ସମ୍ପର୍କୀୟ ମାନଙ୍କୁ ଓ ଜରୁରୀ ସମୟରେ କଥା ହେଉଥାଉ ବୋଲି ପ୍ରକାଶ କରିଛନ୍ତି। ଅଧିକାଂଶ ଲୋକଙ୍କ ଜମି ବାଡ଼ି କିଛି ନ ଥିବା ବେଳେ ଜଙ୍ଗଲ ଜମି ଉପରେ ନିର୍ଭର କରି ଚଳନ୍ତି। ଜଙ୍ଗଲର ଫଳ ମୂଳ ଓ ଲଘୁବନଯାତ ଦ୍ରବ୍ୟ ସାଙ୍ଗକୁ ବାଉଁଶ ସାମଗ୍ରୀ ପ୍ରସ୍ତୁତ କରି ବଜାରରୁ ବିକ୍ରି କରି ଯାହା ମିଲେ ତାହାବି ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି। ବର୍ତ୍ତମାନ ଯୁଗରେ ବାଉଁଶ ସାମଗ୍ରୀକୁ ଲୋକେ ପସନ୍ଦ କରୁ ନ ଥିବା ବେଲେ ଆମର କୌଳିକ ବୃତ୍ତି ହରାଇ ବସିଛୁ ବୋଲି କହିଛନ୍ତି। ଛତିଶଗଡ଼ ସରକାର ପାହରିଆ ବା କମାର ଜାତିକୁ ଆଦିବାସୀ ମାନ୍ୟତା ଦେଇଥିବା ବେଳେ ଓଡ଼ିଶାରେ ପଛୁଆ ବର୍ଗରେ ରଖି ଅନେକ ସୁବିଧାରୁ ବଞ୍ଚିତ ରଖିଛି। ଏଥି ପାଇଁ ଆମ ଗ୍ରାମ ସମେତ ଆଖ ପାଖର ପହାରିଆ ମାନେ ଛତିଶଗଡ଼କୁ ଚାଲି ଯାଇଥିବା କହିଛନ୍ତି। ଗ୍ରାମରେ ମିନି ଅଙ୍ଗନୱାଡ଼ି ସ୍ଥାପନ ସାଙ୍ଗକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ସିନାପାଲି ସଦର ମହକୁମା ଠାରୁ ଦୀର୍ଘ ୩୦ କିଲୋମିଟର୍ ଦୁର ବର୍ତ୍ତି ସୀମାନ୍ତ ଅଂଚଳରେ ଏହି ଗ୍ରାମ ଅବସ୍ଥିତ ଏଠାର ପ୍ରାୟ ୨୦ ଗୋଟି ପହାରିଆ ଜନଜାତିର ଲୋକେ ବସବାସ କରନ୍ତି। ଏଠିକାର ଜନସଂଖ୍ୟା ପ୍ରାୟ ୮୦ ଜଣ ରହିଥିବା ବେଳେ ଅତି ଦୟନୀୟ ଜୀବନ ଯାପନ କରୁଛନ୍ତି। ସରକାରୀ ବାବୁ ମାନଙ୍କ ପାଦ ଏଠି ପଡୁ ନ ଥିବା ବେଳେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇ ରହିଛି। ଗ୍ରାମରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ସମାଧାନ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି ବୋଲି ଗ୍ରାମର ପିତାମ୍ବର ପହାରିଆ, ମନମତି ପହରିଆ, ରୂପଧର ପହରିଆ, ଯଶୋଦା ପହରିଆ, ଅମୃ ପହରୀଆ, ସନମତି ପହରିଆ ସମେତ ଅନେକ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.