ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିବ ରାୟଗଡା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମ୍ବଲପୁରରୁ ରାୟଗଡା ଓ ରାୟଗଡାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାଲୁଥିବା ଇଂଟରସିଟି ଏକ୍ସପ୍ରେସ ଟ୍ରେନ ୧୮୩୦୧ ଓ ୧୮୩୦୨ ସମ୍ବଲପୁର ରୁ ଟିଟିଲାଗଡ଼ ମଧ୍ୟରେ ରେଳଧାରଣା ମରାମତି ଯୋଗୁ ଆସନ୍ତା କାଲି ଶନିବାର ଓ ରବିବାର ଦୁଇଦିନ ପାଇଁ ବନ୍ଦ ରହିବ ବୋଲି ନର୍ଲାରୋଡ଼ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ସୋମବାର ଠାରୁ ଏହା ସ୍ୱାଭାବିକ ଭାବରେ ଚାଲିବ ବୋଲି ସୂଚନା ମିଳିଛି । ରେଲଲାଇନ ମରାମତି ଓ ଅନ୍ୟାନ୍ୟ କେତେକ କାରଣକୁ ନେଇ ବର୍ଷକୁ ଥରେ ଦୁଇଥର ଏମିତି ବନ୍ଦ ହୋଇଥାଏ ଯାହା ଆସନ୍ତା ଶନିବାର ଓ ରବିବାର ବନ୍ଦ ରହିବ ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.