ଭବାନୀପାଟଣାରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଂଘ ବୈଠକ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଦିବ୍ୟାଙ୍ଗଙ୍କ ଶିକ୍ଷାର ବିକାଶ ପାଇଁ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଭାଗିରଥି ପାର୍କ ଠାରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସଂଗଠକ ଅଶ୍ବିନି ଛତ୍ରିଆ, ଜିଲ୍ଲା ଉପସଭାପତି ବୁଲୁ ସା, ସହ ସମ୍ପାଦକ ହେମାନନ୍ଦ ସାହୁ, ସଂଯୋଜକ କାର୍ତ୍ତିକ ସାହୁ, ସହ ସଂଯୋଜକ ଅଭିଳାଷ ପ୍ରଧାନ, ପ୍ରବକ୍ତା ଅରକ୍ଷିତ କଣ୍ଟା, କୋଷାଧ୍ୟକ୍ଷ ଶୁଭମ ଭୋଇ, ଆଇଟି ସେଲ ସଂଯୋଜକ କ୍ଷୀରମୋହନ ପଟେଲ, ସହ କୋଷାଧ୍ୟକ୍ଷ ସନ୍ତୋଷ ପ୍ରଧାନଙ୍କ ସମେତ ବହୁ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସମ୍ପାଦକ ଅନନ୍ତ ଛତ୍ରୀଆ ବୈଠକ ପରିଚ଼ାଳନା କରିଥିବାବେଳେ ଏଥିରେ ୬୦ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ସଂଘର ସଦସ୍ୟତା ଗ୍ରହଣ କରିଥିଲେ। ଆରପିଡବ୍ଲୁଡି ଆଇନ ଓ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ଼ିବ ଓ ବିଦ୍ୟାଳୟ ଗଣଶିକ୍ଷା ସଚ଼ିବଙ୍କୁ ସଂଘ ତରଫରୁ ବୈଠକରେ ବିନମ୍ର ଅନୁରୋଧ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.