କାଳେଶ୍ୱର ମହାଦେବ ପୀଠରେ ଶୀତଳଷଷ୍ଠୀ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଉତ୍କଳୀୟ ପରମ୍ପରାରେ ଶିବ ପାର୍ବତୀଙ୍କ ବିବାହକୁ ଶୀତଳଷଷ୍ଠୀ ଭାବରେ ପାଳନ କରାଯାଇଥାଏ । ବିଶେଷକରି ପଶ୍ଚିମ ଓଡିଶାର ବିଭିନ୍ନ ଶୈବ ପୀଠ ମାନଙ୍କରେ ଶୀତଳଷଷ୍ଠୀ ପର୍ବ ମହା ସମାରୋହରେ ପାଳିତ ହୋଇଥାଏ । ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶିବ ପାର୍ବତୀଙ୍କ ବିବାହ ସମାପିତ ହୋଇଥିବାର ପୌରାଣିକ ମାନ୍ୟତା ରହିଥିବାରୁ ଏହିଦିନ ଦିବ୍ୟ ଦମ୍ପତିଙ୍କ ବିବାହ ଉତ୍ସବ ଆୟୋଜନ କରାଯାଇଥାଏ‌ । ଏହି କ୍ରମରେ ଆଜି କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମର ଶ୍ରୀ ଶ୍ରୀ କାଳେଶ୍ଵର ଶୈବ ପୀଠରେ ପାରମ୍ପରିକ ରୀତି ନୀତିରେ ଶୀତଳଷଷ୍ଠୀ ବା ଶିବ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । କାଳେଶ୍ଵର ମହାଦେବ ପୂଜକ ମଦନ ବେମାଲଙ୍କ ପୋରୋହିତ୍ୟରେ ବର ଦମ୍ପତି ପିତା ସୁଶାନ୍ତ ଚୌଧୁରୀ ମାତା ଅନିତା ଚୌଧୁରୀ ଓ କନ୍ୟା ଦମ୍ପତି ପିତା ନରେନ୍ଦ୍ର ଭୋଇ ମାତା ପ୍ରମିଳା ଭୋଇଙ୍କ ତତ୍ୱାବଧାନରେ ଶିବ ବିବାହ ସମାପିତ ହୋଇ ଯାଇଛି । ମା ଭଗବତୀ ମନ୍ଦିର ଠାରୁ କାଳେଶ୍ଵର ମହାଦେବଙ୍କ ପୀଠ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଳରେ ବାହାରି ପାରମ୍ପରିକ ରୀତିନୀତିରେ ସାଧାରଣ ବିବାହ ଭଳି ଥାଳ ଉଠା, ଦେବ ନିମନ୍ତ୍ରଣ, ଗୁଆଗୁଣ୍ଡ, ପତରପେଣ୍ଡି, ମଙ୍ଗଣ ଗନସନ, ବରଯାତ୍ରା, କନ୍ୟାଦାନ, ବିଦାୟୀ ପରି ରୀତିନୀତିରେ ବିବାହ କାର୍ଯ୍ୟ ସମାପନ କରାଯାଇଥିଲା । ଏଥିରେ ମନ୍ଦିର ପରିଚାଳନା ଯୁବଗୋଷ୍ଠୀର ସଭାପତି ପ୍ରେମଲାଲ ଭୋଇ, ହିତେଶ ମାଝୀ, ଜୟନ୍ତ ଭୋଇ, ହରେରାମ ମାଝୀ, ସୁରଙ୍ଗ ଶତନାମୀ, ସୁଶାନ୍ତ ଶତନାମୀ, ପ୍ରଦ୍ୟୁମ୍ନ ନାଏକ, କ୍ଷୀରସିନ୍ଧୁ ମାଝୀ, ମୁକେଶ ମାଝୀ, ରୁଦ୍ରପ୍ରସାଦ ମାଝୀ, ଓ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ସନ୍ତୋଷ ଶତନାମୀ, ଗୋବର୍ଦ୍ଧନ ମାଝୀ, ବସନ୍ତ ଶତନାମୀ, ଗୋପୀନାଥ ମାଝୀ, ତରଙ୍ଗ ଶତନାମୀ, ଚୈତନ୍ୟ ଯାନୀ, ହିମାଞ୍ଚଳ ନାଏକ, ଲିଙ୍ଗରାଜ ନାଏକ, ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ଭକ୍ତ ବୃନ୍ଦ ପାଇଁ ଅନ୍ନଛତ୍ର ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.