ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୁଶାପାଲି ପଞ୍ଚାୟତ ଖପ୍ରାମାଲ ଗାଁକୁ ଫେରୁଛି ଏକ ଦାଦନର ଶବ। ସୂଚନା ଅନୁସାରେ ଏହି ଗ୍ରାମର କୃଷ୍ଣ ଚନ୍ଦ୍ର ନାଏକଙ୍କ ସାନ ପୁଅ ଗଜିନ ନାଏକ (୨୧) ରୋଜଗାର ଓ ପେଟପାଟଣା ପାଇଁ ବେଙ୍ଗଲୋରକୁ କାମ କରିବାକୁ ଯାଇଥିଲେ। ଗତ କାଲି ସନ୍ଧ୍ୟାରେ ହଠାତ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଘରୁ ପଇସା ପଠେଇବା ପରେ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ। ହେଲେ ଅତ୍ୟଧିକ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ଗତ ରାତିରେ ସେ ମୃତ୍ୟୁ ବରଣ କରିଥିଲେ। ବଡ଼ ଭାଇ ଟିକ ନାଏକ ଗାଁ କୁ ଶବ ଆଣୁଛନ୍ତି। ନିହାତି ଗରିବ ପରିବାର ହେଇଥିବାରୁ ଦୁଇ ଭାଇ ଦାଦନ ଖଟିବାକୁ ଯାଇଥିଲେ, ଏପଟେ ବାପା ଋତୁକାଳୀନ ଛୋଟିଆ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ପରିବାର କହିଲେ ଦୁଇ ଭାଇ, ଜଣେ ଭଉଣୀ ଓ ବାପା ମା। ନିହାତି ଗରୀବ ପରିବାର ହୋଇଥିବାରୁ ଶବ ଆଣିବା ସକ୍ଷମ ନ ଥିବା ବେଳେ ଧାର କରଜ କରି ଶବ ଆଣୁଛନ୍ତି। ଆସନ୍ତାକାଲି ରାତିରେ ଶବ ଗାଁ କୁ ପହଞ୍ଚିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।