ସତ୍ୟ ସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସତ୍ୟ ସାଇ ସେବା ସଂଗଠନ ତରଫରୁ ଆଜି ମ.ରାମପୁର ସତ୍ୟ ସାଇ ସେବା ସମିତି ଠାରେ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି । ସତ୍ୟ ସାଇ ସେବା ସଂଗଠନର କଳାହାଣ୍ଡି ଜିଲ୍ଲା ସଭାପତି ବେଣୁଧର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତ ଦାନ ଶିବିରରେ ରକ୍ତ ସଂଗ୍ରହ ଜିଲ୍ଲା ମୁଖ୍ୟ (ସତ୍ୟ ସାଇ ସେବା ସଂଗଠନ) ରଣଜିତ୍ ବେଶ୍ରା, ଡାକ୍ତର ଜୟନ୍ତୀ ବାଳା ନାୟକ ଯୋଗ ଦେଇଥିଲେ । ମ, ରାମପୁର ସମିତିର ଆବାହକ ହୃଦାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ସଦସ୍ୟ ଉଦୟ ନାୟକ, ନନ୍ଦ କିଶୋର ସାହୁ, ଥୟକର ସାହୁ, ସୁରେଶ ବାଗ, କିଶନ ଲାଲ୍ ସାହୁ, ହୃଷୀକେଶ ସାହୁ, ତ୍ରିନାଥ ସାହୁ ଙ୍କ ସମେତ ରକ୍ତ ଭଣ୍ଡାର,କଳାହାଣ୍ଡି ଜିଲ୍ଲା କର୍ମଚାରୀ ବୃକୋଦର ଚନ୍ଦନ, କୃଷ୍ଣ ଚନ୍ଦ୍ର ସାହୁ ଙ୍କ ସମେତ ଅଂଲାପାଲି, ଯୋରା ଡୋବରା, ଘୋଡ଼ା ବନ୍ଧ, ପିପଲ୍ ପଦର୍ ଭଜନ ମଣ୍ଡଳୀର ଭାଇ ମାନେ ସହଯୋଗ କରିଥିଲେ । ସମୁଦାୟ ୧୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଏବଂ ରକ୍ତ ଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.