ହାତୀଖୋଜ ବେଲସା ପଡା ଠାରେ ରାମଚରିତ ମାନସ ପରାୟଣ

କେସିଙ୍ଗା,୨୨/୩ : ଏକ ଭକ୍ତିମୟ ପରିବେଶ ମଧ୍ୟରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତୀଖୋଜ ବେଲସା ପଡ଼ା ଠାରେ ରାମଚରିତ ମାନସ ପରାୟଣ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆୟୋଜକ ବାବା ଭାଗିରଥି ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ୟାସ ପ୍ରବଚକ ପ୍ରଦୀପ କୁମାର ମିଶ୍ର ରାମଚରିତ ମାନସ ପାରାୟଣ ପ୍ରଦାନ କରୁଛନ୍ତି । ଗ୍ରାମର ବିଶିଷ୍ଟ ବ୍ୟକ୍ତି ବେଣୁଧର ଧାରୁଆ ଓ ତାଙ୍କ ଧର୍ମପତ୍ନୀ ଧୀରାବତୀ ଧାରୁଆ ଯଜ୍ଞ କର୍ତ୍ତା ଦାଇତ୍ବ ବହନ କରିଛନ୍ତି ।

Omkar Vasthu
Omkar Vasthu

୩ନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ପ୍ରତ୍ୟହ ସକାଳ ୮ଘଣ୍ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୩ଘଣ୍ଟା ଓ ସଂଦ୍ୟା ୭ରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଛି । ପରମ ପବିତ୍ର ରାମ କଥା ଶ୍ରବଣ କରିବାକୁ ଦୂର ଦୂରାନ୍ତ ତଥା ଆଖପାଖ ଅଂଚଳର ଶହ ଶହ ଭକ୍ତ ଯୋଗଦେଉଛନ୍ତି । ଗ୍ରାମବାସୀ, ଗୁରୁକୁଳର ଶିଷ୍ୟ ମାନଙ୍କ ସହ ରାଜେନ୍ଦ୍ର ସାହୁ, ଚନ୍ଦନ ସାହୁ, ଭିକାରୀ ସାହୁ ପ୍ରମୂଖ ସହଯୋଗ କରୁଛନ୍ତି । ଆଜି (ଶୁକ୍ରବାର) ରାତିରେ ଏହା ସମ୍ପନ୍ନ ହେବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

କେସିଙ୍ଗାରୁ ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.