ଭବାନୀ ମାଝୀଙ୍କ କବିତା : ଫଗୁଣ

ହେ ଫଗୁଣ ତୁ କି ଜାଣିନୁ
ପୁଣି ମୋ ଦେହରେ
ରଙ୍ଗ ବୋଳିବାକୁ ଆସିଛୁ,
କେହି ଜଣେ ଏମିତି
ରଙ୍ଗ ଲଗାଇ ଦେଇ ଯାଇଛି ଯେ…
ଏ ପର୍ଯ୍ୟନ୍ତ ମୋ ଆଖିର ଶ୍ରବଣ ରେ
ଧୋଇଲେ ବି ଯାଉନି
ତୁ ପୁଣି କମ୍ପନ ନିଆଁରେ
ଜାଳିବାକୁ ମତେ ଆସିଛୁ ।।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଢାଳିଦେ ମୋ ହୃଦୟରେ ଅବିର ସବୁ
ରକ୍ତାକ୍ତ କରିଦେ
ନିମିଷକ ପାଇଁ ତାକୁ ବି ଧରିକି ଆ
ଖେଳିଯାଅ ଦୁହେଁ ଏ ମୋ ଶରିରେ
ଲୋକ ହସା ହେବା ପାଇଁ ମୁହିଁ ତ ବଞ୍ଚିଛି
ଏ ଜୀବନ ନଈ ରେ ।।

Udyog Nursery
Udyogi Nursery

ଏତେ ତୋର ଅଭିଳାଷ ଅଛି
ପ୍ରେମ ବାଣ୍ଟିବା ପାଇଁ
ଯା ଚାଲିଯା ପ୍ରୀୟାର ଅଗଣା ପାଖରେ
କହିଦେବୁ ପ୍ରୀୟତୋର ଖୁସିରେ ଅଛି
ଦିଗ ବଳୟର ଆର ପାରିରେ ।।

ବାଞ୍ଜିପଦର,ଟିଟିଲାଗଡ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.