ଝିଲିମିଲି ନାଳିନେଳି
ଆକାଶର ତାରା,
ସ୍ବପ୍ନ ଭରା ରଙ୍ଗଭରା
ଲାଗେ ସବୁ ନିଆରା।
ଆକାଶ ଲାଗେ ନୀଳ
ସବୁଜ ଲାଗେ ଧରିତ୍ରୀ ,
ଇନ୍ଦ୍ରଧନୁର ସାତରଙ୍ଗ
ଦେଖିଲାଗେ ଭାରି ତୃପ୍ତି ।
ନଇ ଯାଏ ଅଙ୍କା ବଙ୍କା
ଝରଣା ଯାଏ ଝରି
ସାଗରର ଗଭୀରତା ଦେଖି
ମନ ମୋର ଯାଏ ଲାଖି ।
ପୂର୍ଣ୍ଣମା ରାତିର ଜହ୍ନ
ମନ ଲାଗଇ ଉଛନ୍ନ
ଆକାଶ ବକ୍ଷରେ ସିଏ
ଦିସେକେଡେ ଶୋଭାବନ ।
କର୍ଲାମୁଣ୍ଡା, କଳାହାଣ୍ଡି