କଳାହାଣ୍ଡି ଜିଲ୍ଲାରେ ଲୋକାର୍ପିତ ହେଲା ରୂପାନ୍ତରିତ ୧୦୦ଟି ହାଇସ୍କୁଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମୋ ସ୍କୁଲ-୫ଟି ଅଭିଯାନ ମାଧ୍ୟମରେ ରାଜ୍ୟର ବିଦ୍ୟାଳୟ ଗୁଡିକର ବହୁମୁଖୀ ବିକାଶ ଘଟିଛି। ଏହା ଦ୍ୱାରା ଶିକ୍ଷାୟତନର ସୌନ୍ଦର୍ଯ୍ୟ ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଏଥିରେ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ ସହ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ଦିଗରେ ସହାୟକ ହେଉଛି ବୋଲି ମତ ପ୍ରକାଶ ପାଇଛି। ଭବାନିପାଟଣା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୫ଟି ଅଧୀନରେ ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା କଳାହାଣ୍ଡି ଜିଲ୍ଲାର ୧୦୦ଟି ହାଇସ୍କୁଲକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି ରୂପାନ୍ତରଣରେ ୧୦୦ଟି ସ୍କୁଲକୁ ୪୫ଲକ୍ଷ ଲେଖାଏଁ ଆର୍ଥିକ ସହଯୋଗ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୯ଟି ସ୍କୁଲ ରୂପାନ୍ତରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି, ଧର୍ମଗଡ ବିଧାୟକ ମୌଷଧୀ ବାଗ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭବାନୀପାଟଣାର ଛାତ୍ରୀ ଶିବାନୀ ନାଏକ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଅଧ୍ୟକ୍ଷତା ସହ ପରିଚାଳନା କରିଥିଲେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ । ଏହି କାର୍ଯ୍ୟକ୍ରମରେ ରୂପାନ୍ତରିତ ଜିଲ୍ଲାର ଶହେଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଅଭିଭାବକ, ଜନପ୍ରତିନିଧି ତଥା ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ। ଏଥିରେ ଭବାନୀପାଟଣା ବ୍ଲକ୍ର ୧୮ଟି, ଧର୍ମଗତ ୯, ଗୋଲାମୁଣ୍ଡା ୭, ଜୟପାଟଣା ୪, ଜୁନାଗଡ଼ ୮, କଲମପୁର ୪, କର୍ଲାମୁଣ୍ଡା ୫, କେସିଙ୍ଗା ୧୦, କୋକସରା ୭, ଲାଞ୍ଜିଗଡ ୯, ଏମ. ରାମପୁର ୫, ନର୍ଲା ୯, ଥୁ. ରାମପୁରର ୫ଟି ସ୍କୁଲ ରୂପାନ୍ତରିତ ହୋଇଛି। ଉକ୍ତ ବିଦ୍ୟାଳୟ ଗୁଡିକ ମୋ ସ୍କୁଲ-୫ଟି ଯୋଜନାରେ ଵିଦ୍ୟାଳୟର ଭିତ୍ତିଭୂମିର ବିକାଶ ସହ ସ୍ମାର୍ଟ କ୍ଲାସରୁମ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ରୂପାନ୍ତର ଘଟିଛି। କାର୍ଯ୍ୟକ୍ରମରେ ଏସ୍ପି ଅଭିଳାଷ ଜୀ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ, ଏପିଡ଼ି ବିମ୍ବାଧର ସାହୁ, ଡିଆଇପିଆରଓ ମନୋଜ ବେହେରା, ଡିଇଓ ସୁଶାନ୍ତ ଚୋପଦାର, ଏଡିଇଓ ଟେମଲାଲ ଦୁବେ ଉପସ୍ଥିତ ଥିଲେ। ଏଥିରେ ମୋ ସ୍କୁଲ ଅଭିଯାନ ଜିଲ୍ଲା ସଂଯୋଜକ ସୁକାନ୍ତ ସାହୁ, ଡିଇଓ ଅଫିସର ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, କୈଳାସ ବିଶି, ଭବାନୀ ସାହୁ, ଆଇପିଇ ମହେନ୍ଦ୍ର ପଣ୍ଡା, ଡିଏସଏସ ପ୍ରକାଶ ନିଶଙ୍କ, ଡିପିସି ଅଫିସର ସୌମେନ୍ଦ୍ର ପଟ୍ଟନାୟକ, ଲଳିତ ମୋହନ, ପ୍ରଭାତ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.