ବ୍ଲକ ସ୍ତରୀୟ ରୋଷେୟା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ କାଉଗୁଡା ଆଶ୍ରମ ଖେଳ ପଡିଆ ପରିସରରେ ବ୍ଲକସ୍ତରୀୟ ରୋଷେୟା ସଂଘର ସାଧାରଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଉଗୁଡା ରୋଷେୟା ସେବାୟତ କ୍ଷିରାବ୍ଧୀ ଜୁଆଡ ଓ ସୁନା ମାଝୀଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଅତିଥି ଭାବେ ସ୍ଥାନୀୟ ଖେଳ ଶିକ୍ଷକ ଅମୂଲ୍ୟ ନାଏକ, ସମାଜସେବୀ ନୀଲେଶ କୁମାର ନାଗ, ଗୋପାଳ ମହାନନ୍ଦ, ଜିଲ୍ଲାସ୍ତରୀୟ ରୋଷେୟା ସେବାୟତ ସଂଘର ସଭାପତି ହରେକୃଷ୍ଣ ଶବର, ଉପସଭାପତି ନିରାକାର ନାଏକ, ସମ୍ପାଦକ ଗଗନ ସାହୁ, ସହ ସମ୍ପାଦକ ପ୍ରଦୀପ ମାଝୀ, କୋଷାଧ୍ୟକ୍ଷ ଶୁକଲ ସିଂ ପାତ୍ର, ଉପ କୋଷାଧ୍ୟକ୍ଷ ତୁଳସୀ ଗଉଡ, କାର୍ଯ୍ୟକାରୀ ସଭ୍ୟା ପ୍ରଣତୀ ବଳ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଲାଞ୍ଜିଗଡ଼ ବ୍ଲକ ସଭାପତି ଭାବରେ ବିକ୍ରମ ମୁଣ୍ଡା, ଉପସଭାପତି ମଞ୍ଜୁଲତା ମାଝୀ, ସମ୍ପାଦକ କ୍ଷୀରାବ୍ଧି ଜୁଆଡ, ସହ ସମ୍ପାଦକ ଅମ୍ବିକା ମାଝୀ, କୋଷାଧ୍ୟକ୍ଷ ଟଙ୍କଧର ପଟେଲଙ୍କୁ ମନୋନୀତ କରାଯାଇଥିଲା। ସେହିପରି ମ.ରାମପୁର ବ୍ଲକ ସଂଘର ସଭାପତି ବୈଦ୍ୟନାଥ ପାତ୍ର, ଉପସଭାପତି ଗାନ୍ଧାରୀ ମାଝୀ, ସମ୍ପାଦକ ଫଟୁ ମାଝୀ, ସହ ସମ୍ପାଦକ ଦସୁରୀ ବେନୁଆଁ, କୋଷାଧ୍ୟକ୍ଷ ପିତାମ୍ବର ପାତ୍ରଙ୍କୁ ମନୋନୀତ କରାଯାଇଥିଲା। ଏହି ବୈଠକରେ ସାଂଗଠନିକ ଆଲୋଚନା, ପ୍ରତି ମାସରେ ବୈଠକ, ଦରମା ବୃଦ୍ଧି, ତିନି ମାସର ଦରମା ପ୍ରଦାନ, ଇପିଏଫ୍ ପ୍ରଦାନ, ସ୍ଥାୟୀ ନିଯୁକ୍ତି ଦାବି ନେଇ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଅବଗତ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ କାହ୍ନୁ ଛତର, ସମାଜ ଶବର, ସଂକୀର୍ତ୍ତନ ଶବର, ଗାନ୍ଧାରୀ ମାଝୀ, ମଞ୍ଜୁ ମାଝୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.