ରାୟଗଡା ଗାୟତ୍ରୀ ଶକ୍ତିପୀଠ ଓ ମିଟ୍‌ସ ଇଂଜିନିୟରିଂ କଲେଜ ଦ୍ୱାରା ୧୦୮ ବେଦୀୟ ଗାୟତ୍ରୀ ସୂକ୍ଷ୍ମ ଯଜ୍ଞ ଓ ବୃକ୍ଷଗଙ୍ଗା ଅଭିଯାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ମୂଖ୍ୟ କାର୍ଯ୍ୟାଳୟ ହରିଦ୍ୱାର ଉତରାଖଣ୍ଡ ତତ୍ୱାବଧାନରେ ଓଡିଶା ଶାଖା ଭୁବନେଶ୍ୱର ଗାୟତ୍ରୀ ଶକ୍ତିପୀଠ, ରାୟଗଡା ଓ ମିଟ୍‌ସ ଇଂଜିନିୟରିଂ କଲେଜ ରାୟଗଡା ଦ୍ୱାରା ବିଶାଳ ୧୦୮ ବେଦୀୟ ଗାୟତ୍ରୀ ସୂକ୍ଷ୍ମ ଯଜ୍ଞ ଓ ବୃକ୍ଷଗଙ୍ଗା ଅଭିଯାନ (ବୃକ୍ଷରୋପଣ) କାର୍ଯ୍ୟକ୍ରମ ପ୍ରେମ ପାହାଡ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ସ୍ୱନାମଧନ୍ୟ ଗାୟତ୍ରୀ ପରିବାରର ସଦସ୍ୟ ବୃନ୍ଦାବନ ମିଶ୍ର ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ସହିତ ଓଡିଶାର ବରିଷ୍ଠ ଗାୟତ୍ରୀ ସାଧକ ଯଥା, ସମ୍ବଲପୁରର ଉପେନ୍ଦ୍ର କୁମାର ପାଢୀ, ବାନାମ୍ବର ସର (ଜୋନ୍ ସମନ୍ୱୟକ), ମଦନ ମୋହନ ପାତ୍ର (ଜିଲ୍ଲା ସମନ୍ୱୟକ), ମୃତ୍ୟୁଞ୍ଜୟ ବଡପଣ୍ଡା, ପ୍ରେମାନନ୍ଦ ହୋତା, ସତ୍ୟନାରାୟଣ ପଟେଲ, ନୂଆପଡାରୁ ପବିତ୍ର ମୋହନ ବିଶି, ଡଃ ପ୍ରାଣବନ୍ଧୁ ସାହୁ (ଉପଖଣ୍ଡ ସମନ୍ୱୟକ), ସୁନ୍ଦରମୋହନ ବାଗ, ଅନୂଗୁଳରୁ ନରେଶ କୁମାର ବେହେରା (ଜିଲ୍ଲା ସମନ୍ୱୟକ), ବସନ୍ତ କୁମାର କର (ଉପଖଣ୍ଡ ସମନ୍ୱୟକ), ବଲାଙ୍ଗୀରରୁ ଉଦୟନାଥ ପାତ୍ର (ଜିଲ୍ଲା ସମନ୍ୱୟକ), ଟଙ୍କଧର କୁମ୍ଭାର, ଶେଷଦେବ ପଣ୍ଡା, କଳାହାଣ୍ଡିରୁ ବାସୁଦେବ ଯୋଶୀ (ଜିଲ୍ଲା ସମନ୍ୱୟକ), ଧବଳେଶ୍ୱର ଠାକୁର, ଭବାନୀଶଙ୍କର ପାଟ୍ଟଯୋଶୀ, ଗଞ୍ଜାମରୁ ତ୍ରିନାଥ ସେଠୀ (ଜିଲ୍ଲା ସମନ୍ୱୟକ), ଶରୀଚରଣ ଜେନା, ଦୁର୍ଗାପ୍ରସାଦ ସାହୁ, କଟକରୁ ଗୋବର୍ଦ୍ଧନ କଳାସି, ବୌଦ୍ଧରୁ ନବୀନଚରଣ ପ୍ରଧାନ, ପ୍ରମୋଦଚରଣ ଦାସ, ବରଗଡରୁ ପୂର୍ଣ୍ଣଚନ୍ଦ୍ର ମେହେର, ଶେଷଦେବ ସାହୁ, ଢେଙ୍କାନାଳରୁ ପଣ୍ଡିତ ଭାସ୍କର ଜୀ, ନବରଙ୍ଗପୁରରୁ ଏ. ନୀଳକଣ୍ଠମ, ମନୋରଞ୍ଜନ ମହାନ୍ତି, ବିଲୁସିଂ ରାଜପୁତ, ରାୟଗଡାରୁ ନାଗେଶ୍ୱର ପ୍ରସାଦ ସିଂହ (ଜୋନ୍ ସମନ୍ୱୟକ), ସୁଧିର ମିଶ୍ର (ଜିଲ୍ଲା ସମନ୍ୱୟକ), ଶ୍ରୀ ମାଣିକ୍ୟ ପାତ୍ର, ଝାରସୁଗୁଡାରୁ ରୋହିତେଶ୍ୱର ପ୍ରଧାନ ଓ ରିଷବ ଭୋଇଙ୍କ ସହ ରାୟଗଡା ୱାକର୍ସ କ୍ଲବର ବରିଷ୍ଠ କାର୍ଯ୍ୟକର୍ତା ପ୍ରତାପ ଚରଣ ବାଉରି (ସଭାପତି), ସତ୍ୟବାଦୀ ପତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ଏବଂ ରାୟଗଡା ସହରର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମିଟ୍ସ ଇଂଜିନିୟରିଂ କଲେଜର ଅଧ୍ୟକ୍ଷ, ଡିନ ଓ ଛାତ୍ରଛାତ୍ରୀଗଣ ଉପସ୍ଥିତିରେ ପ୍ରେମ ପାହାଡର ଚତୁଃପାଶ୍ୱର୍ରେ ଔଷଧିୟ ବୃକ୍ଷରୋପଣ କରାଯାଇଥିଲା ।

Udyog Nursery
Udyogi Nursery

ଏହାପରେ ବିରାଟ ମଂଚସ୍ଥଳରେ ମଂଚ ଉପରକୁ ଗାୟତ୍ରୀ ପରିବାରର ଅତିଥିମାନଙ୍କୁ ଆବାହନ କରାଯାଇଥିଲା । ଅତିଥିମାନଙ୍କ ମଂଚସ୍ଥ ପରେ ବେଦ ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରେ ପରେ ବରିଷ୍ଠ ଗାୟତ୍ରୀ ପରିଜନ ୧୦ ଜଣଙ୍କୁ ମଂଚ ଉପରକୁ ଡକାଯାଇ ବିଧିପୂର୍ବକ ସମ୍ବର୍ଦ୍ଧନା କରାଯାଇ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ବୃକ୍ଷଗଙ୍ଗା ଅଭିଯାନ (ବୃକ୍ଷରୋପଣ)ର ସଂକଳ୍ପପାଠ ସୁଶ୍ରୀ ଶ୍ରାବଣୀ ପାଢୀଙ୍କ ଦ୍ୱାରା ପାଠ କରାଯାଇ ସମସ୍ତଙ୍କ ଦ୍ୱାରା ଦୋହରା ଯାଇଥିଲା । ପରେ ୩୦ ଜିଲ୍ଲାରୁ ଆସିଥିବା ୬୦ ଜଣ ଗାୟତ୍ରୀ ପରିଜନ ପ୍ରତ୍ୟେକଙ୍କୁ ଡକାଯାଇ ବରିଷ୍ଠ ସମ୍ମାନ ମର୍ଯ୍ୟାଦା କରାଯିବା ସହିତ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ମଂଚରୁ ଉପେନ୍ଦ୍ର କୁମାର ପାଢୀଙ୍କ ଦ୍ୱାରା ଯୁଗ ସଂଗୀତ ସହିତ ୧୦୮ ବେଦୀୟ ଗାୟତ୍ରୀ ସୂକ୍ଷ୍ମ ଯଜ୍ଞ ସଂଚାଳନ କରାଯାଇଥିଲା । ଏହି ଯଜ୍ଞରେ ଶହ ଶହ ଶ୍ରଦ୍ଧାଳୁ ଆହୁତି ଦେଇଥିଲେ ଏବଂ ପୂର୍ଣ୍ଣ ଆହୁତି ମାଧ୍ୟମରେ ଯଜ୍ଞ ସଂପୂର୍ଣ୍ଣ କରାଯାଇଥିଲା । ଏହାପରେ ପ୍ରସାଦ ସେବନ ସହ ଉକ୍ତ ପ୍ରଥମ ଚରଣ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

ସେହିପରି ସମସ୍ତ ରାୟଗଡା ଗାୟତ୍ରୀ ପରିବାରର ସଦସ୍ୟ, ସଦସ୍ୟାଗଣ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ପରିଜନଗଣ, ମିଟ୍‌ସର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଗଣ ବୃକ୍ଷ ସଙ୍ଗରେ ଘେନି ରାୟଗଡା ସହର ପରିକ୍ରମା କରି “ଗଛ ଲଗାଅ, ଗଛ ବଂଚାଅ” ଏହିପରି ବିଭିନ୍ନ ସ୍ଲୋଗାନ୍ ଦେଇ ପରିଭ୍ରମଣ କରିଥିଲେ । ସନ୍ଧ୍ୟା ସମୟରେ ଗୋମୟ ଦୀପ ମାଧ୍ୟମରେ ଦୀପଯଜ୍ଞ ହୋଇଥିଲା । ଏହାକୁ ସମ୍ବଲପୁରରୁ ଆସିଥିବା ଉପେନ୍ଦ୍ର ପାଢୀ ଓ ତାଙ୍କ ଟୋଳି ମାଧ୍ୟମରେ ସଂଚାଳନ କରାଯାଇଥିଲା ଓ ସଂଗୀତ ପରିବେଷଣ କରାଯାଇଥିଲା । ୧୧ ଜୁନ ଶନିବାର ଦିନ ବୃକ୍ଷଗଙ୍ଗା ଅଭିଯାନ (ବୃକ୍ଷରୋପଣ) କାର୍ଯ୍ୟକ୍ରମ ମିଟ୍‌ସ କଲେଜ ପରିସରରେ ଶତାଧିକ ଗାୟତ୍ରୀ ପରିବାରର କର୍ମକର୍ତା ଓ ମିଟ୍‌ସ କଲେଜର କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ ବୃକ୍ଷରୋପଣ କରାଯାଇଥିଲା । ପରେ ପରେ ସମସ୍ତ ପରିଜନ ଓ ମିଟ୍‌ସ କଲେଜ ପରିବାର ରାୟଗଡା ଆସି ଯଜ୍ଞସ୍ଥଳରେ ପହଂଚିଥିଲେ ଓ ନଅକୁଣ୍ଡୀୟ ଘୃତଯଜ୍ଞ କରାଯାଇଥିଲା ଓ ପୂର୍ଣ୍ଣାହୁତି ସହିତ ଯଜ୍ଞ ସମାପନ କରାଗଲା । ପରେ ପରେ ବାହାରୁ ଆସିଥିବା ବରିଷ୍ଠ ଗାୟତ୍ରୀ ପ୍ରବୃଦ୍ଧ ବର୍ଗଙ୍କୁ ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା । ପରିଶେଷରେ ମିଟ୍‌ସ କଲେଜ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.