ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଜେପୁର ଠାରୁ ବେନଗାଁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କେନ୍ଦୁଗୁଡା ଗାଁ ନିକଟରେ ଏକ ଆମ୍ବ ଗଛ ରାସ୍ତା ଉପରେ ପଡି ରହିଥିବା ବେଳେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅପରାହ୍ନରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସନ୍ଧ୍ୟା ୫ ଘଣ୍ଟା ସମୟରେ ଏହି ଗଛଟି ରାସ୍ତା ଉପରେ ପଡି ଯାଇଥିଲା। ଏହି ସଡକ ଦୁର୍ଗମ ଘାଟି ଅଞ୍ଚଳର ୪ ଗୋଟି ପଞ୍ଚାୟତ ଓ କଳାହାଣ୍ଡି ଠାରୁ ରାୟଗଡା ଜିଲ୍ଲା ସଂଯୋଗ କରୁଥିବା ବେଳେ ରାସ୍ତା ଉପରେ ଗଛ ପଡିଥିବା ଯୋଗୁଁ ରାସ୍ତା କଡରେ ମଟର ସାଇକେଲ କଷ୍ଟେ ମଷ୍ଟେ ଯାଉଛି, କିନ୍ତୁ ବଡ ଗାଡି ତଥା ଭାରି ଜାନ ଗୁଡିକ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଗଛଟି ରାସ୍ତା ଉପରେ ପଡିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚି ନଥିବା ସୂଚନା ମିଳିଛି।