ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ସ୍ଥାନୀୟ ଉତ୍କଳ ଆଶ୍ରମ ଠାରେ ଓଡ଼ିଶା ସାଂସ୍କୃତିକ ସଂସଦ ତରଫରୁ କିଛି ଦିନ ନିରବତା ପରେ ପୁନଃ ମଞ୍ଚାୟନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଇଂ ମନୋଜ ଦଣ୍ଡପାଟ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଓ ଟି.ଆପ୍ପା ରାଓ ମଂଚାସିନ ଥିବାବେଳେ, ପ୍ରମୋଦ ପାତ୍ର, ପ୍ରଭାକାନ୍ତ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ପଣ୍ଡା, କୈଳାସ ପାଣିଗ୍ରାହୀ, ବଳଦେବ ସାହୁ, ବନ୍ଦନା ନନ୍ଦ ଏବଂ ବନ୍ଦନା ମହାପାତ୍ର ଉପସ୍ଥିତ ଥିଲେ।ଆସନ୍ତା ସେପ୍ଟେମ୍ବରରେ ଭୂବନେଶ୍ୱର ନାଟକ ପାଇଁ ପ୍ରସ୍ତୁତି ଶେଷ ହୋଇଥିଲା। ଶେଷରେ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।