ଲାଞ୍ଜିଗଡ଼ ବ୍ଲକ ସମିତି ସଭ୍ୟ ସଂଘ ଗଠିତ

ଜଗଦୀଶ ବେନିଆଁ ସଭାପତି, ମନୋହର ହରପାଳ ସମ୍ପାଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ନବନିର୍ବାଚିତ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ଆଜି ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ସ୍ଥିତ ଭିଆରଓ ପରିସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ସମିତି ସଭ୍ୟ ତଥା ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକମରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ବିଧାୟକ ପ୍ରତିନିଧି ପ୍ରଦିପ ଘଡେ଼ଇ, ସମାଜସେବୀ ହରିଶଙ୍କର ପାତ୍ର ଯୋଗଦେଇଥିଲେ। ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ/ ସଭ୍ୟା ନିଜ ନିଜ ପଞ୍ଚାୟତର ମୈାଳିକ ସମସ୍ୟା ଗୁଡ଼ିକ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସ୍ଥାୟୀ ସମାଧାନ ପାଇଁ ମତ ଦେଇଥିଲେ। ଏହା ପରେ ସମିତି ସଭ୍ୟ/ସଭ୍ୟା ପ୍ରମୁଖ ନିଜ ସାଂଗଠନିକ ସମ୍ପର୍କରେ ଆଲୋଚନା କରିବା ସହିତ ବ୍ଲକରେ ସମିତି ସଭ୍ୟ/ସଭ୍ୟା ସଂଘ ଗଠନ ନେଇ ମତ ଦେଇଥିଲେ। ଏହି ବୈଠକରେ ସର୍ବସମ୍ମତିକ୍ରମେ ଲାଞ୍ଜିଗଡ଼ ବ୍ଲକ ସମିତି ସଂଘର ସଭାପତି ଭାବରେ ପାହାଡପଦର ସମିତି ସଭ୍ୟ ଜଗଦୀଶ ବେନିଆଁଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଉପସଭାପତି ଭାବେ ତ୍ରିଲୋଚନପୁର ପଞ୍ଚାୟତ ସମିତି ସଭ୍ୟା ସୁଦଶା ପଟ୍ଟନାୟକ, ସମ୍ପାଦକ ଭାବେ କାନକୁଟ୍ରୁ ପଞ୍ଚାୟତ ସମିତି ସଭ୍ୟ ମନୋହର ହରପାଳ, ସହ ସମ୍ପାଦକ ଭାବେ ଭଟାଙ୍ଗପଦର ପଞ୍ଚାୟତ ସମିତି ସଭ୍ୟ ରୁପେନ ଛତ୍ରିଆ, କୋଷାଧ୍ୟକ୍ଷ ଭାବେ ବିଶ୍ଵନାଥପୁର ପଞ୍ଚାୟତ ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀଙ୍କୁ ଚୟନ କରାଯାଇଥିଲା। ଏଥିରେ ସମସ୍ତ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.