ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ସେବାଜଗତର ଭାରତ ସ୍ୱଶାସନ ଅଭିଯାନର ରାଷ୍ଟ୍ରୀୟ ସ୍ତରର ସଦସ୍ୟ ମାନଙ୍କୁ ନେଇ ଦୁଇ ଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହେଇ ଯାଇଛି। ଏହି ଅଭିଯାନର ରାଷ୍ଟ୍ରୀୟ ଆବାହକ ଘନ ଶ୍ୟାମଙ୍କ ଅଧ୍ୟକ୍ଷତାରେ ରଙ୍ଗାପଦର ତାଲିମ୍ କେନ୍ଦ୍ରରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା, ଛତିଶଗଡ଼, ବିହାର, ଝାରଖଣ୍ଡ, ପଶ୍ଚିମ ବଙ୍ଗ ଭଳି ଛଅଟି ରାଜ୍ୟରୁ ଅଭିଯାନର କର୍ମ କର୍ତ୍ତା ଯୋଗ ଦେଇ ଗାଁ ସ୍ତରରେ ସାବଲମ୍ବୀ ହେବା ପାଇଁ କୁଟୀର ଶିଳ୍ପ, ଯୁବ ବର୍ଗଙ୍କ ନେତୃତ୍ବ ବୃଦ୍ଧି, ଉତ୍ତମ ନାଗରିକ ଭାବରେ ଗଢି ତୋଳିବା ଭଳି ଦିଗରେ ଆଲୋଚନା ହେଇଥିଲା । ବିଭିନ୍ନ ରାଜ୍ୟରୁ ଶେଖର, ସୁଶ୍ରୀ ସାଲମି, ଭାରତୀ ନାୟକ, ବିଷ୍ଣୁପ୍ରିୟା ସ୍ୱାଇଁ, ଉମାକାନ୍ତ ମହାନ୍ତି, ସତ୍ୟ ନାରାୟଣ ପଟ୍ଟନାୟକ , ରୋଶନାରା ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।