କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ବ ରକ୍ତଦାତା ଦିବସ ପାଳନ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସମ୍ମେଳନ କକ୍ଷରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ କସ୍ତୁରୀ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ରଞ୍ଜନ ମିତ୍ରା, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପବ୍ଲିକ ହେଲଥ ରାକେଶ କୁମାର ସାହୁ, ସାମଲ ବାବୁ ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଦିବସର ତାତ୍ପର୍ଯ୍ୟ ଓ ରକ୍ତଦାନର ମହତ୍ବ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ରକ୍ତଦାନ ମୋଟିଭେଟର ସଚ୍ଚିଦାନନ୍ଦ ମହାକୁଡ଼, ୨୧ – ୨୨ ବର୍ଷରେ ସର୍ବାଧିକ ରକ୍ତଦାତ୍ରୀ ଭାବେ ସୁମିତ୍ରା ମହାରଣା, ରକ୍ତଦାତା ଭାବେ ମିଳନ କୁମାର ଭୋଇ ଓ ବିରଳ ନେଗେଟିଭ ରକ୍ତଦାତା ଭାବେ ନର୍ଲାର ସାମ୍ବାଦିକ ନିରଞ୍ଜନ ଗଉଡ଼ଙ୍କ ସମେତ ଅନେକ ରକ୍ତଦାତା, ମୋଟିଭେଟର, ଅନୁଷ୍ଠାନ ଓ ରକ୍ତ ଭଣ୍ଡାରର କର୍ମଚାରୀ ମାନଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାବିତ୍ରୀ ମହାରଣା ପରିଚାଳନା କରିଥିବା ବେଳେ ସୁନୀଲ ଶତପଥୀ, ସୁବାସ ଚନ୍ଦ୍ର ଦାସ, ଅନ୍ୟାନ୍ୟ ମୋଟିଭେଟର ଓ ଭବାନୀପାଟଣା ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ରକ୍ତଦାତା ଦିବସ ଉପଲକ୍ଷେ ଜିଲ୍ଲାର ସରକାରୀ ମହାବିଦ୍ୟାଳୟ, ଜିଲ୍ଲା ଚିକତ୍ସାଳୟ ରକ୍ତ ଭଣ୍ଡାର ଓ ଲାଞ୍ଜିଗଡ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।